ପ୍ରଫେସର ସଞ୍ଜୟ ନାୟକ ହେଲେ ରେଭେନ୍ସା ୟୁନିଭର୍ସିଟିର ନୂଆ କୁଳପତି

କଟକ: ରେଭେନ୍ସା ୟୁନିଭର୍ସିଟିର ନୂଆ କୁଳପତି ଭାବେ ପ୍ରଫେସର ସଞ୍ଜୟ କୁମାର ନାୟକ ନିଯୁକ୍ତ ହୋଇଛନ୍ତି। ୪ ବର୍ଷ ପାଇଁ ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌।

ପ୍ରଫେସର ସଞ୍ଜୟ କୁମାର ନାୟକଙ୍କର ୩୪ ବର୍ଷର ଶିକ୍ଷାଦାନର ଅଭିଜ୍ଞତା ଅଛି। ସେ ୩୫ଟି ବହି ମଧ୍ୟ ଲେଖଛନ୍ତି। ୨୫ଟି ଭାରତୀୟ ପେଟେଣ୍ଟର ମଧ୍ୟ ଅଧିକାରୀ ଅଟନ୍ତି ପ୍ରଫେସର ସଞ୍ଜୟ କୁମାର ନାୟକ।

ଏହା ସହିତ ୩୦ଟି ଡିଜାଇନ ରେଜିଷ୍ଟ୍ରେସନ ମଧ୍ୟ ପ୍ରଫେସର ସଞ୍ଜୟ କୁମାର ନାୟକଙ୍କ ନାଁରେ ଅଛି। ତାଙ୍କ ଅଧୀନରେ ୪୦ ଜଣ ପିଏଚ୍‌ଡି କରିଥିବା ବେଳେ ଜଣେ ଡିଏସ୍‌ସି କରିଛନ୍ତି। ବର୍ତ୍ତମାନ ସେ ଚେନ୍ନାଇରେ ଥିବା ସିପେଟ୍‌ର ମହାନିର୍ଦ୍ଦେଶକ ତଥା ଚିଫ୍ ଏକାଡେମିକ ଅଫିସର ଦାୟିତ୍ୱରେ ଅଛନ୍ତି।

ସୂଚନାଥାଉ କି, ଜାନୁଆରୀ ୨୦ରେ ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନିଯୁକ୍ତ ଦେଇଥିଲେ।

You might also like