ଏପ୍ରିଲ ପହିଲାରୁ ଘଣ୍ଟାକରେ ମିଳିବ ଜମି କାଗଜପତ୍ର

ଭୁବନେଶ୍ୱର: ଏପ୍ରିଲ ପହିଲାରୁ ଘଣ୍ଟାକରେ ମିଳିବ ଜମି କାଗଜପତ୍ର। ସବରେଜିଷ୍ଟ୍ରାର ଅଫିସରେ ପଞ୍ଜୀକରଣ କରିବା ପରେ ସେହିଦନ ଅପରାହ୍ନରେ ହିଁ ଆପଣଙ୍କୁ ଆପଣଙ୍କର ଜମି କାଗଜପତ୍ରର ସମସ୍ତ ତଥ୍ୟ ମିଳିଯିବ। ଫେବ୍ରୁଆରୀ ୧୦ରେ ‘ମୋ ସରକାର’ ଅଧୀନକୁ ଆସିବ ରାଜସ୍ୱ ବିଭାଗ।

ଏଥିସହିତ ଓଡ଼ିଶା ରାଇଟ୍ ଟୁ ପବ୍ଲିକ ସର୍ଭିସ୍‌ରେ ଯେଉଁ ସବୁ ମାମଲା ରହିଛି ତାହାକୁ ଫେବ୍ରୁଆରୀ ୫ ସୁଦ୍ଧା ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ତହସିଲଦାରଙ୍କ କାମ ବାକି ଅଛି, ସେମାନଙ୍କ ଛୁଟି ବାତିଲ୍ କରାଯାଇଛି।

ସେହିଭଳି ଅନେକ କଲେଜ ପ୍ରତିଷ୍ଠା ହୋଇଥିଲେ ବି ସଂପୃକ୍ତ କଲେଜ ନାଁରେ ଜମି ନାହିଁ। କଲେଜଗୁଡ଼ିକ ନିଜ ନାଁରେ ଜମି କରାଇବାକୁ ଆବେଦନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି।

 

You might also like