ପାରାଦୀପରୁ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭାଗ ନେବା ପ୍ରସଙ୍ଗ; ତଦନ୍ତ ଆରମ୍ଭ

ପାରାଦୀପ(ରମାକାନ୍ତ ନାୟକ): ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେବା ପାଇଁ ପାରାଦୀପରୁ କିଛି ଲୋକ ଯାଇଥିବା ନେଇ ଅଭିଯୋଗ ଉପରେ ଖୋଳତାଡ଼ ଆରମ୍ଭ ହୋଇଛି। ପାରାଦୀପର ବିଭିନ୍ନ ବସ୍ତିର ତେଲୁଗୁ ସମ୍ପ୍ରଦାୟର ଲୋକଙ୍କ ପାଖରେ ଦୁଇଟି ଭୋଟର କାର୍ଡ ଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଥିବା ଜଗତସିଂହପୁର ଜିଲ୍ଲାପାଳ କହିଛନ୍ତି।

ନିର୍ବାଚନ କମିଶନ୍‌ଙ୍କୁ ଏସମ୍ପର୍କରେ ଅବଗତ କରାଯିବ ଓ ଦୁଇଟି ଭୋଟର କାର୍ଡ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଳ୍ଲାପାଳ କହିଛନ୍ତି। ତେବେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେବାକୁ ଯାଇଥିବା କିଛି ଲୋକେ ଅଧା ବାଟରୁ ଫେରି ଆସିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେବା ପାଇଁ ପାରାଦୀପର ଷଣ୍ଢକୁଦ, ନୂଆବଜାର ଏବଂ ନେହରୁ ବଙ୍ଗଳା ବସ୍ତିର ବହୁ ଲୋକେ ଘରେ ତାଲା ପକାଇ ଆନ୍ଧ୍ର ଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଞ୍ଚଳର ଲୋକଙ୍କ ପାଖରେ ଆନ୍ଧ୍ର ଏବଂ ଓଡ଼ିଶାର ଭୋଟର କାର୍ଡ ଥିବା ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି।

ପାରାଦୀପ ବସ୍ତି ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୫ ହଜାର ତେଲୁଗୁ ଭୋଟରଙ୍କର ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶ ଭୋଟର ତାଲିକାରେ ନାମ ଥିବା ଅଭିଯୋଗ ହୋଇଛି

You might also like