• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: କୋଲକାତାରୁ ଭୁବନେଶ୍ୱରକୁ ବେଆଇନ କଏନ୍ ଚାଲାଣ ଘଟଣାର ଖୋଳତାଡ଼ କରୁଛନ୍ତି ଜିଏସ୍‌ଟି କର୍ତ୍ତୃପକ୍ଷ। କିଏ ଓ କାହିଁକି ଏତେ ପରିମାଣର କଏନ୍ ଆଣୁଥିଲା, ଘଟଣାର କିଛି ଅପରାଧିକ ଦିଗ ଅଛି ନା ନାହିଁ ତାର ଯାଞ୍ଚ ଚାଲିଛି।

ଭୁବନେଶ୍ୱରର ଉଦୟ ବିଶ୍ୱାଳ ଏହି କଏନ୍ ଆଣୁଥିବା ବେଳେ ତାଙ୍କୁ ଜିଏସ୍‌ଟି କର୍ତ୍ତୃପକ୍ଷ ପଚରାଉଚରା ଚଳାଇଛନ୍ତି। ମଠ ଓ ମନ୍ଦିରରେ ସଂଗ୍ରହ ହେଉଥିବା କଏନ୍‌କୁ ଏଜେଣ୍ଟଙ୍କ ଜରିଆରେ କୋଲକାତାରୁ ଆଣି ନିର୍ଦ୍ଦିଷ୍ଟ କମିଶନ୍‌ରେ ଏହାକୁ ମଲ, ହାଟ ଓ ଅନ୍ୟ ବ୍ୟବସାୟୀକୁ ଦିଆଯାଇଥାଏ ବୋଲି ଉଦୟ କହିଛନ୍ତି। କଏନ ବଦଳ ଲାଗି ତାଙ୍କୁ ରିଜର୍ଭ ବ୍ୟାଙ୍କର ଅନୁମତି ଥିବା ମଧ୍ୟ ସେ ଦେଖାଇଛନ୍ତି। ତେବେ ପୂରା କାରବାର ପଛର ସତ ଏଯାଏ ସ୍ପଷ୍ଟ ହୋଇପାରିନି।

ଘଟଣା ପଛରେ କୌଣସି ରାକେଟ୍ କିମ୍ବା ବେଆଇନ କାରବାର ଚାଲିନଥିବା କଏନ୍ ଆଣୁଥିବା ଉଦୟ ଦାବି କରୁଥିଲେ ମଧ୍ୟ ଜିଏସ୍‌ଟି କର୍ତ୍ତୃପକ୍ଷ କିନ୍ତୁ ଖୋଳତାଡ଼ ଜାରି ରଖିଛନ୍ତି। ଏହା ପଛରେ ଯଦି କୌଣସି ବେନିୟମ କାରବାରର ସୁରାଗ୍ ମିଳେ, ତେବେ ପୁଲିସ୍ ତଦନ୍ତ ଆରମ୍ଭ ହେବ ବୋଲି ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

କୋଲକାତାରୁ ଯାତ୍ରୀବାହୀ ବସ୍‌ରେ ବସ୍ତା ବସ୍ତା କଏନ୍ ଭୁବନେଶ୍ୱର ଅଣାଯାଉଥିବା ବେଳେ ଗତକାଲି ରେଡ୍ କରି ଧରିଥିଲେ ସେଣ୍ଟ୍ରାଲ୍‌ ଏକ୍ସାଇଜ୍ ଓ ଜିଏସ୍‌ଟି କର୍ତ୍ତୃପକ୍ଷ। ଆଜି ଆଉ କିଛି ବସ୍ତା କଏନ୍ ଜବତ ହୋଇଥିଲା ବେଳେ ଏଯାଏ ମୋଟି ୪୫ ବସ୍ତା କଏନ୍ ଜବତ ହୋଇଛି।

https://youtu.be/DOsrF_8Oeww

Probe-intensifies-into-illegal-coin-transportation-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories