ମହାନଦୀ ବସ୍ ଟ୍ରାଜେଡିର ତଦନ୍ତ ଆରମ୍ଭ

କଟକ: କଟକ ମହାନଦୀ ବସ୍ ଟ୍ରାଜେଡିର ୩ ବିଭାଗର ୧୦ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛି । ପୁଲିସ୍‌, ପରିବହନ ଓ ଜାତୀୟ ରାଜପଥ ପ୍ରାଧିକରଣର ତିନି ଅଧିକାରୀଙ୍କ ନେତୃତ୍ୱରେ ଏହି ଟିମ୍ ଦୁର୍ଘଟଣାର ମିଳିତ ତଦନ୍ତ କରୁଛନ୍ତି।

ଆଜି ଏହି ଟିମ୍ ଦୁର୍ଘଟଣା ସ୍ଥଳକୁ ଆସି ସରଜମିନ ତଦନ୍ତ କରୁଛନ୍ତି। ଏହି ଟିମ୍‌ ଦୁର୍ଘଟଣାର କାରଣ ଓ ଅନ୍ୟ ଦିଗ ସମ୍ପର୍କରେ ଛାନ୍‌ଭିନ୍ କରିବ। ଟିମର ନେତୃତ୍ୱ ନେଇଛନ୍ତି ଜଣେ ଏମ୍‌ଭିଆଇ, ଜଣେ ପୁଲିସ୍‌ ଅଧିକାରୀ ଓ ଏନଏଚ୍‌ଆଇର ଜଣେ ଅଧିକାରୀ। ଏହି କମିଟି ଦୁର୍ଘଟଣାର କାରଣ ଓ ଅନ୍ୟ ଦିଗ ସମ୍ପର୍କରେ ଛାନ୍‌ଭିନ୍ କରିବ।

ଅନ୍ୟପଟେ ବସ୍ ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ କଟକ ମେଡିକାଲରେ ଏବେ ବି ୩୮ ଜଣ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ୬ଜଣ ଆଇସିୟୁରେ ଥିବା ବେଳେ ବାକି ୩୨ ଜଣ ଡିଜାଷ୍ଟର ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି। ମଙ୍ଗଳାବର ସନ୍ଧ୍ୟାରେ ତାଳଚେରରୁ କଟକ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍ ମହାନଦୀ ପୋଲ ଉପରରୁ ୩୦ ଫୁଟ ତଳକୁ ଖସି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା।

 

You might also like