• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଓଟିଭି ବିରୋଧରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆସିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ନୋଟିସ୍ ଆଣିଛନ୍ତି।

ସୋମବାର ଓଟିଭିରେ ବିଧାନସଭା ସଂପର୍କିତ ଏକ ଖବର ପ୍ରସାରଣକୁ ନେଇ ତାରା ଏହି ନୋଟିସ୍ ଆଣିଛନ୍ତି। ଯେଉଁଥିରେ ଗୃହକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ହୋଇଛି ବୋଲି କୁହାଯାଇଛି। ଏହି ଖବର ପ୍ରସାରିତ ହେବା ଦ୍ୱାରା ବିଧାନସଭାର ସ୍ୱାଭିମାନ ଓ ଗରିମା କ୍ଷୁଣ୍ଣ ହୋଇଛି ବୋଲି ତାରା ଅଭିଯୋଗ କରିଛନ୍ତି।

ବାଚସ୍ପତି ନୋଟିସ୍‌କୁ ଗ୍ରହଣ କରିବା ସହ ରୁଲିଂ ଦେଇଛନ୍ତି। ଓଟିଭିରେ କାହିଁକି ବିଧାନସଭାର ସିଧାପ୍ରସାରଣ ବାତିଲ ନହେବ ସେନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି।

ବାଚସ୍ପତି ଶାସକ ଦଳ ଏଜେଣ୍ଡାରେ କାର୍ଯ୍ୟ କରୁଥିବା ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ଓଟିଭିରେ ତଥ୍ୟ ଭିତ୍ତିକ ଖବର ପ୍ରସାରଣ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବିଧାନସଭା ସଚିବ ବାଚସ୍ପତିଙ୍କୁ ଗୃହ ୩ଟା ଯାଏ ମୁଲତବି ରଖିବା ଲାଗି ପରାମର୍ଶ ଦେଉଥିବାର ଭିଡିଓ ଦେଖିବାକୁ ମିଳିଥିଲା।

ଓଟିଭି ସବୁବେଳେ ତଥ୍ୟ ଭିତ୍ତିକ ଓ ନିରପେକ୍ଷ ଖବର ପ୍ରସାରଣ କରିଥାଏ। ତେଣୁ ଯେ କୌଣସି ପ୍ରକାର କାରଣ ଦର୍ଶାଅ ନୋଟିସ୍‌ର ସାମ୍ନା କରିବା ଲାଗି ଚ୍ୟାନେଲ ପ୍ରସ୍ତୁତ। ଆମେ କୌଣସି ଅନୈତିକ କାର୍ଯ୍ୟ କରିନାହୁଁ। ଆମେ ଯଦି ବିଧାନସଭା ସଂପର୍କିତ କୌଣସି ଖବର ସଂଗ୍ରହ କରୁ, କୌଣସି ତଥ୍ୟକୁ ନ ଲୁଚାଇ ସଠିକ୍ ଓ ବିସ୍ତୃତ ଭାବେ ଲୋକଙ୍କୁ ତାହା ଦେଖାଇବା ଆମର ଦାୟିତ୍ୱ।  କାରଣ ଓଟିଭି ଲୋକଙ୍କ ପାଇଁ ହିଁ କାମ କରୁଛି ଓ ଜନସାଧାରଣଙ୍କର ସମସ୍ତ ବିଷୟରେ ଟିକ୍‌ନିକ୍‌ ଖବର ଜାଣିବାର ଅଧିକାର ରହିଛି।

https://youtu.be/Bureqoz5CjQ

Privilege-motion-against-otv
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories