ମୋବାଇଲ ଆପ୍‌ରେ ପାଠପଢ଼ା ସମ୍ଭବ ନୁହେଁ, ବହି ଦୋକାନ ଖୋଲା କର

ଭୁବନେଶ୍ୱର: ପିଲାମାନଙ୍କ ପାଠପଢ଼ାକୁ ନେଇ ଘାରିଲାଣି ଚିନ୍ତା। କରୋନାର ପ୍ରଭାବରେ ସାରା ଦେଶରେ ଏବେ ଲକ୍‌ଡାଉନ୍‌ ଥିବାବେଳେ ପିଲାମାନଙ୍କ ସ୍କୁଲ ଜୁନ୍ ୧୭ ପର୍ଯ୍ୟନ୍ତ ବନ୍ଦ ରହିଛି। ଏହି ସମୟରେ ପିଲାଙ୍କ ପାଠ ପଢ଼ା ନେଇ ବଡ ସମସ୍ୟା ଦେଖାଦେଇଛି।

କେତେକ ଘରୋଇ ସ୍କୁଲ ମୋବାଇଲ ଆପ୍ ଦ୍ୱାରା ପିଲାଙ୍କୁ ପାଠ ପଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା ସମସ୍ତଙ୍କ ପାଇଁ ଏବଂ ସବୁଠି ସମ୍ଭବପର ନୁହେଁ ବୋଲି ଘରୋଇ ସ୍କୁଲ ଆସୋସିଏସନ ସଂଘ ପକ୍ଷରୁ କୁହାଯାଇଛି।

ଏପରିକି ବିଭିନ୍ନ ସହରରେ ଯେଭଳି  ସକାଳ ସମୟରେ କିଛି ସମୟ ପାଇଁ ଅତ୍ୟାବଶ୍ୟକୀୟ ଦୋକାନ ଖୋଲାଯାଉଛି। ସେହି ଭଳି ବୁକ୍ ଷ୍ଟୋର ଖୋଲା ରଖିବାକୁ ଆସୋସିଏସନ ଦାବି କରିଛି।

ଏପରିକି ଦୁଇରୁ ତିନି ଘଣ୍ଟା ଦୋକାନ ଖୋଲା ରହିବା ଫଳରେ କିଛି ପିଲା ବହି ନେଇ ପଢ଼ିପାରିବେ ବୋଲି ରାଜ୍ୟ ଘରୋଇ ଶିକ୍ଷାନୁଷ୍ଠାନ ସଂଘର କାର୍ଯ୍ୟକାରୀ ସଭାପତି ମତ ରଖିଛନ୍ତି।

You might also like