• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର: କୋଭିଡ ଗାଇଡ଼ ଲାଇନ ଉଲଂଘନ ଅଭିଯୋଗରେ ଜୟଦେବ ବିହାର ଛକରେ ଥିବା ଘରୋଇ କୋଚିଂ ସେଣ୍ଟର ହାପି କ୍ଲାସେସ ସିଲ୍ । ବିଏମସି ଚଢାଉ କରି ଏହି କୋଚିଂ ସେଣ୍ଟର ସିଲ୍ କରିଛି । କୋଭିଡ ନିୟମ ଅନୁସାରେ କୋଚିଂ ସେଣ୍ଟରରେ ଛାତ୍ରାଛାତ୍ରୀ ମାନେ ବସିବା, ସାନିଟାଇଜେସନ ବ୍ୟବସ୍ଥା ନଥିବା ସହ ଛାତ୍ରଛାତ୍ରୀ ମାସ୍କ ପିନ୍ଧିନଥିବାରୁ ଏହାକୁ ସାଲି କରିଛି ବିଏମସି । ତେବେ ଏହି ଚଢାଉ ପରେ ଆଜି ଦିନ ତାମାମ ବିଏମସି ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ ଚଢ଼ାଉ ଜାରି ରହିବ । ବିଏମସିର ୩ଟି ଯାକ ଜୋନରେ ଚଢ଼ାଉ କରାଯିବ ।  ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସଂକ୍ରମଣ ବୃଦ୍ଧିକୁ ଚେକ ଦେବାକୁ ବିଏମସି ଏଭଳି ପଦକ୍ଷେପ ନେଉଥିବା କହିଛି ।

ସୂଚନାଯୋଗ୍ୟ ଗତକାଲି ଦୁଇ ଦିନ ପାଇଁ ଭୁବନେଶ୍ୱରର ସ୍ଥିତ ଏସବିଆଇ ମୁଖ୍ୟ ଶାଖାକୁ ସିଲ୍ କରାଯାଇଛି । ଏସବିଆଇର ମୁଖ୍ୟ କାର୍ଯ୍ୟାଳୟରେ ୭ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଏହି ପଦକ୍ଷେପ ନେଇଛି ବିଏମସି । ଫଳରେ ୨ ଦିନ ପାଇଁ SBI ମୁଖ୍ୟ କାର୍ଯ୍ୟାଳୟ ବନ୍ଦ ରହିବ । ସେହିପରି କଟକ ବଜ୍ରକବାଟି ରୋଡ୍ ସ୍ଥିତ ଭିସାଲ ମେଗା ମାର୍ଟ ଦୋକାନ ସିଲ୍ କରାଯାଇଥିଲା । କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ଦୋକାନ ସିଲ୍ କରାଯାଇଥିଲା । ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡର ଚଢାଉ ପରେ ଦୋକାନକୁ ସିଲ୍ କରାଯାଇଥିଲା । ଅଧିକ ଗହଳି ଥିବାରୁ କୋଭିଡ ନିୟମ ଦୋକାନୀ ଉଲ୍ଲଂଘନ କରିଥିଲେ। ଅନ୍ୟପଟେ ଏପ୍ରିଲ ୨ ତାରିଖରେ ଭୁବନେଶ୍ୱରର ବିଭିନ୍ନ ସପିଂ ମଲ ଓ ରେଷ୍ଟ୍ରୁରାଣ୍ଟରେ ଚଢାଉ କରାଯାଇଥିଲା।

ଅନ୍ୟପଟେ ରାଜଧାନୀର ଆଉ ଜଣେ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବିଜେବି ହାୟର ସେକେଣ୍ଡାରୀ ସ୍କୁଲର ଜଣେ କମର୍ସ ଛାତ୍ର ପଜିଟିଭ ହୋଇଥିବା ସୂଚନା ମିଳିଛି । ଛାତ୍ର ପଜିଟିଭ ହୋଇଥିବା ନେଇ ନୋଟିସ ବୋର୍ଡରେ ସୂଚନା ଦେଇଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ଏହି ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ଛାତ୍ରଙ୍କୁ ଗୋଟିଏ ସପ୍ତାହ ଆଇସୋଲେସନରେ ରହିବାକୁ ସ୍କୁଲ ପକ୍ଷରୁ ପରାମର୍ଶ ଦେଇଛି । ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ RTPCT ଟେଷ୍ଟ କରାଯିବା ନେଇ ସୂଚନା ରହିଛି ।

ସେପଟେ ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୫ ଶହରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଆଜି ରାଜ୍ୟରେ ୫୭୩ ନୂଆ ମାମଲା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି  ଅନୁଗୁଳରୁ  ୩୨, କଟକରୁ ୨୮, କଳାହାଣ୍ଡିରୁ ୨୪, ବଲାଙ୍ଗିରରୁ ୨୦, ରାୟଗଡ଼ାରୁ ୧୬, ମୟୂରଭଞ୍ଜରୁ ୧୩, ବାଲେଶ୍ୱରରୁ ୧୧, କେନ୍ଦୁଝରରୁ ୮ ରୋଗୀ ଚିହ୍ନଟ  ହୋଇଛନ୍ତି। 

Private-coaching-center-happy-classes-sealed
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories