ଜେଲ୍‌ ୱାଡର୍ରଙ୍କ ବାଇକ୍‌ ଧରି କଏଦୀ ଚମ୍ପଟ

ଭୁବନେଶ୍ୱର: ଜେଲରୁ ଚମ୍ପଟ ମାରିଛନ୍ତି କଏଦୀ । ସେ ପୁଣି ୱାଡର୍ରଙ୍କ ବାଇକ୍‌ ଧରି। ଫୁଲବାଣୀ ଜିଲ୍ଲା କାରାଗାରରେ ଘଟିଛି ଏହି ଘଟଣା। ଫେରାର କଏଦୀ ହେଉଛନ୍ତି ଦାରିଙ୍ଗବାଡି ଅଞ୍ଚଳର ଗୋପୀନାଥ ନାୟକ। ଦୁଷ୍କର୍ମ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ଼ ଜେଲରେ ସଜା କାଟୁଥିଲେ । ଗତକାଲି ସନ୍ଧ୍ୟାରେ ଜେଲ ଓ୍ୱାର୍ଡରଙ୍କ ବାଇକ ଧରି ସେ ଜେଲରୁ ଚମ୍ପଟ ମାରିଛନ୍ତି। କଏଦୀ ଫେରାର ହେବା ପରେ ଜେଲ୍ ସୁପରିଟେଣ୍ଡେଣ୍ଟ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି। ଫେରାର କଏଦୀକୁ ଧରିବା ଲାଗି ଫୁଲବାଣୀ ପୋଲିସ ପ୍ରୟାସ ଆରମ୍ଭ କରିଛି।

You might also like