ଜେଲ୍ରୁ କଏଦୀ ଚମ୍ପଟ୍
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜେଲ୍ରୁ ଜଣେ କଏଦୀ ଚମ୍ପଟ୍ ମାରିଛନ୍ତି। ଜେଲ୍ ପରିସରରେ ଥିବା ବଗିଚାରେ କାମ କରୁଥିବା ବେଳେ ସେ ଖସି ପଳାଇ ଯାଇଛନ୍ତି। ତାଙ୍କ ନାଁ ଭବସାଗର ଶବର (୪୦)।
ଏନେଇ ଭବାନୀପାଟଣା ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ସେ ନାରୀ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ରେ ଥିଲେ।
ଅନ୍ୟପକ୍ଷରେ, ଫେରାର କଏଦୀକୁ ଧରିବାକୁ ପୁଲିସ୍ ତନାଘନା ଚଳାଇଛି