ଆଜୀବନ ବନ୍ଦୀଙ୍କ ମୃତ୍ୟୁ

ପୁରୀ: ଜିଲ୍ଲା କାରାଗାରରେ ଜଣେ ଆଜୀବନ ବନ୍ଦୀର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ତ୍ରିଲୋଚନ ମଲ୍ଲିକ। ତାଙ୍କ ଘର କାକଟପୁର ଅଂଚଳରେ। ତ୍ରିଲୋଚନ ଆଜି ସକାଳୁ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତ୍ରିଲୋଚନ ୨୦୦୬ ମସିହାରେ ତାଙ୍କ ପୁତୁରାଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୦୯ରୁ ଆଜୀବନ କଏଦୀ ଭାବେ ସଜା କାଟୁଥିଲେ।

 

 

You might also like