କଏଦୀଙ୍କ ଅାକ୍ରମଣରେ ଅନ୍ୟ ଜଣେ କଏଦୀଙ୍କ ମୃତ୍ୟୁ

ଫୁଲବାଣୀ : ଫୁଲବାଣୀ ଜିଲ୍ଲା କାରାଗାରରେ ଜଣେ କଏଦୀଙ୍କ ଅାକ୍ରମଣରେ ଅାଉ ଜଣେ କଏଦୀଙ୍କ ମୃତ୍ୟୁ। ମୃତ କଏଦୀ ଜଣକ ହେଲେ ତୁମୁଡିବନ୍ଧ ଥାନା ଅଞ୍ଚଳର ଲକ୍ଷ୍ମଣ ନାୟକ। ଅାଜୀବନ ସଜା କାଟୁଥିବା କାହ୍ନୁଚରଣ ନାୟକ ନାମକ ଅନ୍ୟ ଜଣେ କଏଦୀ ତାଙ୍କୁ ଅାକ୍ରମଣ କରିଥିଲା। ତାଙ୍କ ମୁଣ୍ଡରେ ଗଭୀର ଅାହତ ଲାଗିଥିଲା।

ଗୁରୁତର ଅବସ୍ଥାରେ ପ୍ରଥମେ ଫୁଲବାଣୀ ମେଡିକାଲରେ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

You might also like