• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

କରଞ୍ଜିଆ(ସତ୍ୟବ୍ରତ ବେହେରା):ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପ-କାରାଗାରରୁ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀ ଗତ ୧୬ ତାରିଖରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ଏନେଇ ଗତକାଲି କରଞ୍ଜିଆ ଥାନାରେ ଅଭିଯୋଗ ହେବା ସହ ମାମଲା ରୁଜୁ ହୋଇଛି। ଫେରାର୍ ହୋଇଯାଇଥିବା କଏଦୀଙ୍କ ନାଁ ଭଗବାନ ଟୁଡୁ (୫୦)। ତାଙ୍କ ଘର ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଚାତାରସାହିରେ।

ଜେଲ୍‌ ଅଧିକ୍ଷକଙ୍କୁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଗବାନ ବଗିଚା କାମ କରୁଥିଲେ। ଏହି ସମୟରେ ଅଧିକାରୀଙ୍କ ଜଣକ କଏଦୀକୁ ଏକୁଟିଆ ଛାଡ଼ି ଦେଇ କୌଣସି କାମ ପାଇଁ  ଜେଲ୍ କାର୍ଯ୍ୟାଳୟକୁ ଯାଇଥିଲେ। ଏହାର ସୁଯୋଗ ନେଇ ସେ ଜେଲ୍‌ରୁ ଚମ୍ପଟ ମାରିଥିଲେ। ଏହି ଘଟଣାକୁ ଜେଲ୍‌ ସୁପରିଟେଣ୍ଡ  ସ୍ୱୀକାର କରିଛନ୍ତି।

୨୦୧୨ ମସିହାର ଏକ ହତ୍ୟା ଘଟଣାରେ ଯାଜପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ତାଙ୍କୁ ଦଣ୍ଡବିଧାନ କରିଥିଲେ। ଏହାପରେ ତାଙ୍କୁ ଯାଜପୁର ଜେଲ୍‌ ଓ ୨୦୧୭ ମସିହାରେ କରଞ୍ଜିଆ ଉପକାରାଗାରକୁ ସ୍ଥାନାନ୍ତର କରାଯାଇଥିଲା।

Prisoner-absconded-from-jail
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories