ଲାଞ୍ଚ ନେବେନି ବୋଲି ନେଲେ ଶପଥ

ଭୁବନେଶ୍ୱର: ଶପଥ କରି କହୁଛି ଲାଞ୍ଚ ନେବିନି କି କାହାକୁ ଲାଞ୍ଚ ଦେବିନି। ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଆଜି ଏଭଳି ଶପଥ ନେଇଛନ୍ତି ପଞ୍ଚାୟତିରାଜ ବିଭାଗ କର୍ମଚାରୀ।

ଲୋକସେବା ଭବନରେ ଛିଡ଼ା ହୋଇ ପ୍ରମୁଖ ସଚିବଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ପର୍ଯ୍ୟନ୍ତ ଏହି ଶପଥ ନେଇଛନ୍ତି। ଶପଥ ପତ୍ରରେ ଲାଞ୍ଚ ନ ନେବା ସହ ଅନେକ ହଲପ ରହିଛି। ସାଧାରଣ ଲୋକଙ୍କ ପାଇଁ କାମ କରିବା ସହ ସ୍ୱଚ୍ଛତା ରଖିବା ପାଇଁ ଏହି ଶପଥ ନିଆଯାଇଛି।

You might also like