ଆଜି ବାରିପଦା ଆସିବେ ମୋଦି

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଲାଗି ଛଉ ପଡ଼ିଆରେ ବିରାଟ ଆୟୋଜନ ହୋଇଛି।

ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପର ଉଦ୍‌ଘାଟନ କରିବେ।  ୪ ହଜାର ୫୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମାଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି।  ଜାତୀୟ ରାଜପଥ ୨୧୫ର ରିମୁଳି-କୋଇଡା ମଧ୍ୟରେ ଥିବା ୪୩.୨ କି.ମି. ରାସ୍ତା, କୋଇଡା-ରାଜାମୁଣ୍ଡା ମଧ୍ୟରେ ଥିବା ୫୩.୨୫ କି.ମି. ରାସ୍ତାକୁ ୪ ଲେନ୍ କରାଯିବା ଲାଗି ପ୍ରଧାନମନ୍ତ୍ରୀ  ଶିଳାନ୍ୟାସ କରିବେ।

ଜାତୀୟ ରାଜପଥ ୬ର ସିଙ୍ଗଡ଼ା-ବିଂଜବାହାଲ ମଧ୍ୟରେ  ୧୦୪.୨ କି.ମି. ରାସ୍ତାର ଶିଳାନ୍ୟାସ କରିବେ ମୋଦି। ଏହାସହ ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ପାଇପ୍‌ ଲାଇନ୍‌ ଅନ୍ତର୍ଗତ ଆଇଓସିଏଲ୍‌ର ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସେକ୍‌ସନ୍‌ର ଶୁଭାରମ୍ଭ, ଚିଲିକିଦରା-ସଗଡ଼ପଟା, ନରଣପୁର-ବସନ୍ତପୁର ରେଳ ଲାଇନ୍‌ର ଦୋହରୀକରଣ, ଟାଟା ନଗରରୁ ବାଦାମପାହାଡ଼ ପର୍ଯ୍ୟନ୍ତ ଦ୍ୱିତୀୟ ପାସେଞ୍ଜର ଟ୍ରେନ୍‌ ଚଳାଚଳ, ବାଲେଶ୍ୱର ସ୍ଥିତ ମଲ୍‌ଟି ମୋଡାଲ୍‌ ଲଜିଷ୍ଟିକ୍‌ ପାର୍କର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ମୟୂରଭଞ୍ଜରେ ଥିବା ରସିକରାୟ ମନ୍ଦିର ଓ ହରିପୁରଗଡ଼ ସ୍ଥିତ ପ୍ରାଚୀନ ଦୁର୍ଗର ପୁନରୁଦ୍ଧାର କାର୍ଯ୍ୟକ୍ରମ ରହିଛି।

ଭଦ୍ରକ, କଟକ, ଯାଜପୁର, ଆସ୍କା, କେନ୍ଦୁଝର, ଢେଙ୍କାନାଳ ସ୍ଥିତ ଡାକଘରେ ପାସ୍‌ପୋର୍ଟ ସେବା କେନ୍ଦ୍ରର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।

୨୦୧୯ ପାଇଁ ବିଜେପିର ଫୋକସ୍‌ରେ ଓଡ଼ିଶା ଥିବାରୁ ମୋଦି ବାରମ୍ବାର ବାରମ୍ବାର ଗସ୍ତ କରୁଥିବା କୁହାଯାଉଛି। ବାରିପଦା ପରେ ଜାନୁଆରୀ ୧୬ରେ ମଧ୍ୟ ବଲାଙ୍ଗିରରେ ମୋଦିଙ୍କ ଏକ କାର୍ଯ୍ୟକ୍ରମ ଅଛି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like