କାଲି ଆକାଶମାର୍ଗରୁ ରାଜ୍ୟର ବାତ୍ୟାଞ୍ଚଳ ପରିଦର୍ଶନ କରିପାରନ୍ତି ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ମୋଦି। ଓଡ଼ିଶା ଗସ୍ତରେ ଆସି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିପାରନ୍ତି। ଏହାସହ ରାଜ୍ୟ ସରକାରଙ୍କ ସହ ବାତ୍ୟା କ୍ଷୟକ୍ଷତି ନେଇ ବୈଠକ କରିବା ସମ୍ଭାବନା ରହିଛି। ତେବେ ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ଅମ୍ପନ ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ କ୍ଷୟକ୍ଷତି ଘଟିଛି। ସେପଟେ ଏଥିପାଇଁ ଡିଜି ଇଣ୍ଟେଲିଜେନ୍ସ ସତ୍ୟଜିତ ମହାନ୍ତି, ଏଡିଜି ହେଡକ୍ୱାର୍ଟର ସୌମେଦ୍ର ପ୍ରିୟଦର୍ଶୀ, ପୋଲିସ କମିଶନର ଏବଂ ଡିସିପି ପ୍ରମୁଖ ଭୁବନେଶ୍ୱର ଏୟାରପୋର୍ଟ ଯାଇ ତଦାରଖ କରିଛନ୍ତି।

ତେବେ ଅମ୍ପନ ବାତ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱସନା ଦେଇଛନ୍ତି। ରାଜ୍ୟବାସୀ ଯେପରି ଭାବେ ସାହସର ସହ ବାତ୍ୟାର ମୁକାବିଲା କଲେ, ସେଲାଗି ଓଡ଼ିଶାବାସୀଙ୍କୁ ମୋଦି ସାଧୁବାଦ ଜଣାଇଛନ୍ତି। ଏହାସହ ଏଭଳି ପ୍ରାକୃତିକ ବିପତ୍ତି ବେଳେ ସେ ରାଜ୍ୟବାସୀଙ୍କ ଭାବାବେଗକୁ ସେ ସମର୍ଥନ କରିଛନ୍ତି।

ପରିସ୍ଥିତିକୁ ସ୍ୱାଭାବିକ କରିବା ଲାଗି ସରକାରୀ ଅଧିକାରୀ ଓ କର୍ମଚାରୀ ଗ୍ରାଉଣ୍ଡରେ ଅନବରତ କାମ କରିବା ସହ ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ତେବେ ଯଥାଶୀଘ୍ର ସବୁକିଛି ସ୍ୱାଭାବିକ ହୋଇଯାଉ ବୋଲି ମୋଦି ପ୍ରାର୍ଥନା କରିଛନ୍ତି।

You might also like