ଭୁବନେଶ୍ୱର: ଭୁବନେଶ୍ୱର ପାତ୍ରପଡ଼ା ସିରିଜ୍ ବୋମାମାଡ଼ ଘଟଣାରେ କମିଶନରେଟ୍ ପୁଲିସ୍କୁ ସଫଳତା ମିଳିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାବୁ ନାଏକକୁ ମଞ୍ଚେଶ୍ୱର ଥାନା ପୁଲିସ୍ ଗିରଫ କରିଛି।
ଏହି ଘଟଣାରେ ବାବୁ ନାଏକ ମାଷ୍ଟର୍ମାଇଣ୍ଡ୍ ବୋଲି ପୁଲିସ୍ କହିଛି। ଏଥିସହ ପୁଲିସ୍ ହାତରେ ସିସିଟିଭି ଫୁଟେଜ୍ ମଧ୍ୟ ଲାଗିଛି।
ଗତ କିଛି ଦିନ ତଳେ ପାତ୍ରପଡ଼ାର ଜଣେ ବ୍ୟକ୍ତିଙ୍କ ଘର ଉପରକୁ ବାବୁ ଓ ତା’ର ସହଯୋଗୀ ବୋମାମାଡ଼ କରିଥିଲେ। ଘଟଣା ଦିନ ତିନି ଜଣ ବାଇକ୍ରେ ଆସି ବ୍ୟାଗ୍ରେ ଆଣିଥିବା ବୋମାକୁ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ଫୋପାଡ଼ିଥିଲେ।
ତେବେ ବାବୁଙ୍କ ସହ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଏବେ ସୁଦ୍ଧା ଫେରାର ଅଛନ୍ତି। ସିସିଟିଭି ଫୁଟେଜ୍କୁ ଆଧାର କରି ପୁଲିସ୍ ଏମାନଙ୍କୁ ଖୋଜୁଛି।