• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଗଞ୍ଜାମ: ବିନା ଅନୁମତିରେ ବିବାହ କାର୍ଯ୍ୟ କରାଇଲେ ବନ୍ଧା ହେବେ ପୁରୋହିତ। ଆଜି ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ସବ୍‌ଡିଭିଜନାଲ୍ ମାଜିଷ୍ଟ୍ରେଟ୍‌ଙ୍କ ଠାରୁ ଅନୁମତି ପରେ ହିଁ ବିବାହ ଉତ୍ସବ କରାଯାଇପାରିବ। ତାହା ପୁଣି ଅଳ୍ପ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିର, କୋଭିଡ୍ ଗାଇଡଲାଇନ୍ ପାଳନ କରି ବିବାହ ଉତ୍ସବ ପାଳନ କରିବେ।

ଯଦି, ବିନା ଅନୁମତିରେ ବିବାହ କାର୍ଯ୍ୟ କରାଯାଉଥାଏ, ତାହେଲେ ବିବାହ କାର୍ଯ୍ୟ କରାଉଥିବା ପୁରୋହିତଙ୍କ ବିରୋଧରେ FIR ଦାଏର ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛିା

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୧୪୭୨ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୪୧୬ ଆକ୍ଟିଭ୍‌ କେଶ୍ ରହିଛି। ୧୦୪୧ ସୁସ୍ଥ ହୋଇଥିବା ବେଳେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୨୫୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମରେ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି  ସୁସ୍ଥ ହୋଇଥିବା ୧୬୪ ଜଣଙ୍କ ମଧ୍ୟରୁ ୪୮ ଜଣ ଗଞ୍ଜାମର ରହିଛନ୍ତି।

Priest-will-arrest-if-doing-marriage-without-govt-permission1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories