ଅଙ୍କରାନ୍ତିପୁର ରାସ୍ତାରୋକ ହଟିଲା

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ୍ ଅଙ୍କରାନ୍ତିପୁରରେ ହୋଇଥିବା ରାସ୍ତାରୋକ ହଟିଛି। ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଛି। ଫଳରେ ଉଭୟ ପଟେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି।

ଅଙ୍କରାନ୍ତିପୁର ଗାଁ ମନ୍ଦିର ପୂଜକଙ୍କୁ ଆଜି ହାତୀ କଚାଡ଼ି ଦେଇଥିଲା। ପୂଜକଙ୍କୁ ଘରୁ ଟାଣି ନେଇ କଚାଡ଼ି ଦେଇଥିଲା ହାତୀ। ଗୁରୁତର ଅବସ୍ଥାରେ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି। ଯାହାକୁ ବିରୋଧ କରିବା ସହ କ୍ଷତିପୂରଣ ଦାବି କରି ଗ୍ରାମବାସୀ ରାସ୍ତାରୋକ କରିଥିଲେ। ଲୋକେ ତେବେ ଗୁରୁତରଙ୍କ ଚିକିତ୍ସା ଖର୍ଚ୍ଚ ବନ ବିଭାଗ ବହନ କରିବାର ପ୍ରତିଶୃତି ପରେ ଲୋକେ ଆନ୍ଦୋଳନରୁ ହଟିଛନ୍ତି।

You might also like