• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

କାମାକ୍ଷନଗର:କରୋନାରେ ଉଜୁଡି ଯାଉଛି ଘର, ଭାଙ୍ଗି ଯାଉଛି ପରିବାର । ଆପଣାର ଲୋକମାନେ ହୋଇ ଯାଉଛନ୍ତି ସାତପର ।  ମୃତ୍ୟୁ ମୁହଁରେ ଛଟପଟ ହେଉଥିବା ବାପାଙ୍କୁ ପାଣି ଟୋପାଏ ଦେବାକୁ ଡ଼ରୁଛି ପୁଅ । ଶବ ତା ଏଠି ଅଲୋଡ଼ା । ତାଙ୍କୁ କରୋନା ହୋଇଥାଉ ବା ନ ଥାଉ, ସନ୍ଦେହରେ ଲୋକେ ପାଖ ମାଡୁ ନାହାନ୍ତି । ସେ ଶବ ଯେତେ ମହାନ ବ୍ୟକ୍ତିଙ୍କର ହେଉ ନା କାହିଁକି ।  ଢେଙ୍କାନାଳ ଜିଲ୍ଲାର ଏମିତି ଜଣେ ବ୍ୟକ୍ତି, ଯାହାଙ୍କୁ ବଂଚିଥିବାବେଳେ ଏତେ ସମ୍ମାନ ମିଳୁଥିଲା । ହେଲେ ମଲା ପରେ ତାଙ୍କ ଶବ ହୋଇଗଲା ଅଲୋଡ଼ା ।  ଅନ୍ତିମ ସଂସ୍କାର କରିବାକୁ ବି କେହି ଆସିଲେ ନାହିଁ ।

ଢେଙ୍କାନାଳ ଜିଲ୍ଲା କାମାକ୍ଷ୍ୟାନଗର ଅଂଚଳର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ।  ୮୨ ବର୍ଷ ବୟସ୍କ ଶ୍ୟାମସୁନ୍ଦର ଗତ କିଛିନ ଦିନ ହେଲା ଅସୁସ୍ଥ ଥିଲେ । ରୋଗ ଶଯ୍ୟାରେ ପଡି ମୃତ୍ୟୁ ସହ ଲଢୁଥିଲେ । ଘରେ ପୁଅ, ବୋହୁ ସମସ୍ତେ ଥିଲେ, ହଠାତ ପରିବାରର ସବୁ ସଦସ୍ୟ କୋଭିଡରେ ପଡିଗଲେ । ଅବସ୍ଥା ଖରାପ ହେବାରୁ ସବୁ ସଦସ୍ୟଙ୍କୁ ହସ୍ପିଟାଲକୁ ନିଆଗଲା ।  ଘରେ ଏକୁଟିଆ ରୋଗ ଶଯ୍ୟାରେ ପଡ଼ିଥିଲେ ବୃଦ୍ଧ ଶ୍ୟାମସୁନ୍ଦର । ବଂଚିବା ପାଇଁ ଚଳାଇଥିଲେ ଶେଷ ଯୁଦ୍ଧ । ଶେଷରେ କିନ୍ତୁ ହାରିଗଲେ । ରବିବାର ତାଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଆଖି ବୁଜିଦେଲେ ଶ୍ୟାମସୁନ୍ଦର।

ହେଲେ ସମସ୍ୟା ଆରମ୍ଭ ହେଲେ ଏହିଠାରୁ । କିଏ ନେବ ଶବ ? କିଏ କରିବ ଅନ୍ତିମ ସଂସ୍କାର ? କାରଣ ପରିବାର ସବୁ ସଦସ୍ୟ କୋଭିଡ ହସ୍ପିଟାଲରେ। ଗାଁ ଲୋକ ବି ଅନ୍ତିମ ସଂସ୍କାର କଲେନି । କାରଣ ତାଙ୍କ ଘରର ସବୁ ସଦସ୍ୟ ଯେତେବେଳେ କରୋନା ଆକ୍ରାନ୍ତ ଥିଲେ, ତେଣୁ ଶ୍ୟାମସୁନ୍ଦରଙ୍କୁ କରୋନା ହୋଇଥିବ ଭାବି କେହିଁ ଶବକୁ ଛୁଇଁଲେନି ।

ଫଳରେ ଦୀର୍ଘ ସମୟ ଧରି ମୃତଦେହ ଘରେ ପଡି ରହିଥିଲା । ପରେ କାମାକ୍ଷାନଗର ଏନ୍ଏସି କର୍ତ୍ତୃପକ୍ଷଙ୍କ ସହଯୋଗରେ ସୁଇପରମାନେ ପିପିଇ କିଟ୍ ପିନ୍ଧି ମୃତଦେହକୁ ଉଠାଇଥିଲେ । ହେଲେ ଅନ୍ତିମ ସତ୍କାର କରି ନ ଥିଲେ । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କର ଶବ କାମାକ୍ଷାନଗର ଗୁଣ୍ଡିଚାନାଳୀ ଜଙ୍ଗଲରେ ପଡିଥିଲା । ଯାହାର ଭିଡିଓ ଭାଇରାଲ୍ ହେବାରେ ଲାଗିଥିଲା ।
ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ସେପଟେ କାମାକ୍ଷାନଗର ଏନ୍ଏସି କାଯର୍ୟନିର୍ବାହୀ ଅଧିକାରୀ ବିରଜା ପ୍ରସାଦ ରଥ କହିଛନ୍ତି, ମୃତଦେହ ପୋତିବା ପାଇଁ ଜେସିବି ମେସିନ ଡକାଯାଇଥିଲା । ମେସିନ ବିଳମ୍ବରେ ପହଞ୍ଚିବାରୁ ମୃତଦେହକୁ ଏକ ଗଛ ମୂଳେ ରଖାଯାଇଥିଲା । ଏହି ସମୟରେ କେହି ଫଟୋ ଉଠାଇ ଭାଇରାଲ୍ କରିଦେଇଛନ୍ତି ।

Presidential-award-winning-teachers-body-lying-in-the-forest-photo-viral
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories