• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita
  • ଆସନ୍ତା ୨୧ରେ ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି
  • ଏଡିଏମ୍ ଅଫିସରେ ଭିଡିଓ କନଫରେନ୍ସରେ ଆଲୋଚନା
  • ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା

ରାଉରକେଲା : ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଚାଲିଛି ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଅତିରିକ୍ତ ସଚିବ ଓ ଡିଜିପିଙ୍କୁ ନେଇ ବୈଠକ ହୋଇଛି । ସେପଟେ ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର RT-PCR ଟେଷ୍ଟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଆସନ୍ତା ୨୧ରେ ରାଉରକେଲା ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ସହ ରାଉରକେଲା ଇସ୍ପାତ କାରଖାନା ସୁପର ସ୍ପେଶାଲିଟି ମେଡିକାଲର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ୨୧ ତାରିଖ ଦିନ ରାଷ୍ଟ୍ରପତିଙ୍କଠାରୁ ଏନଆଇଟି ଛାତ୍ରଛାତ୍ରୀମାନେ ଡିଗ୍ରୀ ଗ୍ରହଣ କରିବେ। ଏହି ଅବସରରେ ୧୪ଶହ ୭୦ ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯିବ ।

ସେଥିମଧ୍ୟରୁ ୬ ଜଣଙ୍କୁ ଗୋଲଡ ମେଡାଲ, ୭୦ ଜଣଙ୍କୁ ସିଲଭର ମେଡାଲ ପ୍ରଦାନ କରାଯିବ । ପରେ ରାଷ୍ଟ୍ରପତି ୨୨ରେ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ ଓ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିବେ । ନିର୍ଦ୍ଧାରିତ ପ୍ରୋଟୋକଲ ଓ ଏସଓପି ଅନୁସାରେ ସବୁ କାର୍ଯ୍ୟ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି ।

President-ram-nath-kovinds-odisha-visit-cs-reviews-arrangements
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories