• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଗଞ୍ଜାମ: ଗୋପାଳପୁରରେ ଥିବା ସେନାର ଆର୍ମି ଏୟାର ଡିଫେନ୍ସ କଲେଜକୁ ମିଳିଲା ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ସମ୍ମାନ। ଆଜି ଏଏଡି ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସର୍ବୋଚ୍ଚ ସାମରିକ ସମ୍ମାନ ପ୍ରଦାନ କରିଛନ୍ତି।

ଆର୍ମୀ ଏଡି କେନ୍ଦ୍ରର ଲେଫ୍ଟନାଣ୍ଟ ବିବେକ ବିଜୟ ମୋରେ ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ସ୍ୱାଧିନ ବାହିନୀ ଭାବେ ୨୫ବର୍ଷର ଉଲ୍ଲେଖନୀୟ ସେବା ଲାଗି ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ଏହି ସମ୍ମାନ ପ୍ରାଦନ କରାଯାଇଛି।

ପ୍ରେସିଡେଣ୍ଟ କଲର୍ସ ହେଉଛି, ସଶସ୍ତ୍ର ସେନା ପାଇଁ ସର୍ବୋଚ୍ଚ ସାମରିକ ସମ୍ମାନ। ଉଭୟ ଶାନ୍ତି ଏବଂ ସଂଘର୍ଷ ସମୟରେ ସେନା କର୍ପସ୍‌ର ପ୍ରଦର୍ଶନକୁ ଭିତ୍ତି କରି ଏହି ପୁରସ୍କାର ଚୟନ କରାଯାଇଥାଏ। ଆଜି ହୋଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏଏଡି ପକ୍ଷରୁ ଚିତ୍ତାକର୍ଷକ ପରେଡ୍ ପ୍ରଦର୍ଶନ କରାଯାଇଥିଲା। ରାଷ୍ଟ୍ରପତି ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଭାରତୀୟ ସେନାର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ ରାମନାଥ କୋବିନ୍ଦ।  କାର୍ଯ୍ୟକ୍ରମରେ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଏଏଡିକୁ ଏ ପର୍ଯ୍ୟନ୍ତ ୨ଟି ଅଶୋକ ଚକ୍ର, ୨ଟି କୀର୍ତ୍ତି ଚକ୍ର, ୨୦ଟି ବୀର ଚକ୍ର, ୯ଟି ସୌର୍ଯ୍ୟ ଚକ୍ର ଏବଂ ୧୧୩ଟି ସେନା ପଦକ ମିଳିଛି। ଏଏଡି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଭୁବନେଶ୍ୱର ଫେରି ଆସିଛନ୍ତି।  ରାଜଭବନରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନରେ ସେ ଦିଲ୍ଲୀ ପେରିବା କାର୍ଯ୍ୟକ୍ରମ ରହିଛି।

https://youtu.be/hRnbdEU_R4Y

President-presents-colours-to-corps-of-army-air-defence-at-gopalpur
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories