କୋଭିଡ୍ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ରହିଛି ICU ବେଡ୍

ଭୁବନେଶ୍ୱର: ରାଜ୍ୟର କୋଭିଡ୍ ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ICU ବେଡ୍ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହା କହିଛି। କୋଭିଡ୍ ପାଇଁ ଥିବା ICUର କେବଳ ୩୬ ପ୍ରତିଶତ ବେଡ୍‌ରେ ଆକ୍ରାନ୍ତ ରହିଛନ୍ତି। କଟକ-ଭୁବନେଶ୍ୱର ଟ୍ବିନସିଟି ଅଞ୍ଚଳ ପାଇଁ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ICU ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସ୍ପଷ୍ଟ କରିଛି।


ଗତ କିଛି ଦିନ ହେଲା କରୋନା ସଂକ୍ରମଣ ବଢ଼ିବା ସହ ଗୁରୁତର ରୋଗୀଙ୍କ ସଂଖ୍ୟା ବି ବଢ଼ିଚାଲିଛି। ଫଳରେ ଆଇସିୟୁ ଶଯ୍ୟା ମିଳିବା ଅନିଶ୍ଚିତତା ଉପୁଜିଥିବା ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ସହ ରାଜ୍ୟର କୋଭିଡ୍ ହସ୍ପିଟାଲ୍ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଆଇସିୟୁ ବେଡ୍ ଥିବା କହିଛି।

You might also like