ନାମଲେଖା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତି ଅନାବଶ୍ୟକ

ଭୁବନେଶ୍ୱର: ୨୦୨୦-୨୧ ବର୍ଷ ଲାଗି ସ୍କୁଲରେ ନାମଲେଖା ପାଇଁ SOP(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର୍) ଜାରି କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ। ସରକାର ଜାରି କରିଥିବା ଏସ୍‌ଓପି ଅନୁସାରେ, ନାମଲେଖା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତି ଅନାବଶ୍ୟକ।

ସେହିପରି ପ୍ରଥମ ଶ୍ରେଣୀ ପିଲାଙ୍କ ନାମଲେଖା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରୁ ତାଲିକା ମଗାଯିବ। ଟେଲିଫୋନ୍ କିମ୍ବା ହ୍ୱାଟସ୍ଆପ୍‌ ମାଧ୍ୟମରେ ପ୍ରଧାନ ଶିକ୍ଷକଙ୍କୁ ତାଲିକା ଦିଆଯିବ। ଆଉ ଯଦି ସ୍କୁଲ୍‌ଟି କଣ୍ଟେନମେଣ୍ଟ ଜୋନ୍‌ରେ ରହିଛି ତେବେ ନାମଲେଖା ପ୍ରକ୍ରିୟା ସଂପୂର୍ଣ୍ଣ ବନ୍ଦ କରାଯିବା ବୋଲି ରାଜ୍ୟ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି।

ତେବେ ରାଜ୍ୟରେ  କରୋନା ସ୍ଥିତିକୁ ଦେଖି ନାମଲେଖାକୁ ବିରୋଧ କରି ନିକଟରେ ଭୁବନେଶ୍ୱର ଗାନ୍ଧି ପାର୍କରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲା ଅଭିଭାବକ ମହାସଂଘ

ସାରା ବିଶ୍ୱକୁ ଏବେ କରୋନା କବଳିତ କରିଥିବା ବେଳେ ଆଡମିଶନ କାହା ସ୍ୱାର୍ଥରେ ବୋଲି ଅଭିଭାବକ ମହାସଂଘ ପ୍ରଶ୍ନ କରିଥିଲା। ଘରୋଇ ସ୍କୁଲଗୁଡ଼ିକର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଥିବା ମହାସଂଘ ଅଭିଯୋଗ ଆଣିବା ସହିତ ସରକାର ତୁରନ୍ତ ଏ ନିଷ୍ପତ୍ତିରୁ ନ ଓହରିଲେ ରାଜ୍ୟ ବ୍ୟାପୀ ଆନ୍ଦୋଳନ ପାଇଁ ସଂଘ ଚେତାବନୀ ଦେଇଥିଲା।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like