ଆସନ୍ତାକାଲି ଆସୁଛନ୍ତି ରାହୁଲ

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କାଲି ସକାଳ ସାଢ଼େ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସେ ଓଡ଼ିଶାରେ ରହିବେ।

ରାହୁଲ ପ୍ରଥମେ ରାଜଧାନୀ ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡ଼ିୟମ୍‌ର ସାଧାରଣ ସଭାରେ ଯୋଗଦେବେ। ଏବଂ ସାଢ଼େ ୨ଟା ବେଳେ  ନେତା, କର୍ମୀଙ୍କୁ ସମ୍ବୋଧନ କରିବେ। ଏହାପରେ ସ୍ଥାନୀୟ ଏକ ହୋଟେଲ୍‌ରେ କିଛି ବୁଦ୍ଧିଜୀବୀଙ୍କୁ ମଧ୍ୟ ଭେଟିବେ। ଏଥିସହିତ କିଛି ସମୟ ଆଲୋଚନା ପରେ ରାହୁଲ କଂଗ୍ରେସ ଭବନରେ ବିଏସ୍ଏନ୍ଏଲ୍ ଓ ହାଲ୍ କର୍ମଚାରୀଙ୍କୁ ଭେଟିବାର ଯୋଜନା ମଧ୍ୟ ରହିଛି।

ସନ୍ତା ଫେବ୍ରୁଆରୀରେ ମାସରେ ରାହୁଲ ପୁଣି ଥରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ସପ୍ତାହରେ ଦକ୍ଷିଣ ଓଡ଼ିଶା ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ।

ଅନ୍ୟପଟେ ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ଓ ପ୍ରସ୍ତୁତି ତଦାରଖ କରିଛି ପୁଲିସ୍। ବରିଷ୍ଠ ପୁଲିସ୍ ଅଧିକାରୀ ରାହୁଲଙ୍କ ସଭା ସ୍ଥଳ ପରିଦର୍ଶନ କରିଛନ୍ତି। ଏଥିସହିତ ପୁଲିସର ବରିଷ୍ଠ ଅଧିକାରୀ ସୁରକ୍ଷା ସମ୍ବନ୍ଧୀୟ ଏସ୍‌ପିଜିଙ୍କ ସହ ଆଲୋଚନା କରିଛନ୍ତି।

 

You might also like