ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ୱର: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୫ଟି ଲୋକସଭା ନିର୍ବାଚନମଣ୍ଡଳି ଯଥା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକାରେ ମତଦାନ ହେବ।

୫ ଲୋକସଭା କ୍ଷେତ୍ର ଅଧୀନସ୍ଥ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ବି ଭେଟ ଗ୍ରହଣ କରାଯିବ।  ଭୋଟ୍ ପାଇଁ ପୋଲିଂ ପାର୍ଟି  ନିଜ ନିଜ ବୁଥ୍‌କୁ ଯାଇଛନ୍ତି।

ଏହି ପର୍ଯ୍ୟାୟରେ କିଛି ବୁଥ୍ ମାଓ ପ୍ରବଣ ଅଞ୍ଚଳରେ ଥିବାରୁ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ଗ୍ରହଣ କରାଯାଇଛି।

ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭାରେ ୩୫ ଜଣ ପ୍ରାର୍ଥୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ୩୦ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ରହିଛନ୍ତି। ସେହିପରି  ୩୫ଟି ବିଧାନସଭା ଆସନ ପାଇଁ ୨୪୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ସେମାନଙ୍କ ମଧ୍ୟରେ ୨୧୯ ଜଣ ପୁରୁଷ ଓ ୨୫ ଜଣ ମହିଳା ରହିଛନ୍ତି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୯ ହଜାର ୧୧୭ଟି ବୁଥ୍ କରାଯାଇଥିବା ବେଳେ ମୋଟ୍‌ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ଭୋଟର ମତଦାନ କରିବେ।

ଆସନ୍ତାକାଲି ଭୋଟିଂର ଦେଢ଼ ଘଣ୍ଟା ପୂର୍ବରୁ ମକ୍ ପୋଲିଂ ହେବ। ଏହାପରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ତେବେ ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ।

You might also like