ସାଧାରଣତନ୍ତ୍ର ଦିବସକୁ ନେଇ କନ୍ଧମାଳରେ ବ୍ୟାପକ ପ୍ରସ୍ତୁତି

କନ୍ଧମାଳ: ଆସନ୍ତାକାଲି ଦେଶ ପାଳିବ ୭୦ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଆଜିଠାରୁ ଜାନୁଆରୀ ୩୧ ତାରିଖ ଯାଏ ମାଓବାଦୀମାନେ ପ୍ରତିରୋଧ ଦିବସ ପାଳନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସାଧାରଣତନ୍ତ୍ର ଦିବସକୁ କଳା ଦିବସ ଭାବେ ପାଳନ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ଶାନ୍ତି ଶୃଙ୍ଖଳାର ସହ ସାଧାରଣତନ୍ତ୍ର ଦିବସ ପାଳନ ଲାଗି  ଜିଲ୍ଲା ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ନାକା କରି ପୁଲିସ୍  ଯାଞ୍ଚ କରୁଛି। ମାଓ ପ୍ରବଣ ଅଞ୍ଚଳରେ ପୁଲିସ୍ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖି ସୁରକ୍ଷା ବ୍ୟବସ୍ଥା କରିଥିବା କନ୍ଧମାଳ ଏସ୍‌ପି କହିଛନ୍ତି।

You might also like