ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ

କନ୍ଧମାଳ: ଦିନକ ପରେ ବଡ଼ଦିନ ଏଥିପାଇଁ ସଜେଇ ହେଲାଣି ଚର୍ଚ୍ଚ। ଖ୍ରୀଷ୍ଟମାସ୍‌ ସେଲେବ୍ରେସନ୍‌କୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲାରେ ବଡ଼ଦିନକୁ ଧୁମ୍‌ଧାମ୍‌ରେ ପାଳନ ପାଇଁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଏବେଠୁ ଗାଡ଼ି ମୋଟର ଯାଞ୍ଚ କରାଯାଉଛି।

ବଡ଼ଦିନ ପାଳନ ପାଇଁ କନ୍ଧମାଳ ଜିଲ୍ଲା ଚଳଚଞ୍ଚଳ ହୋଇପଡ଼ିଛି। ସାଜସଜ୍ଜା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖ୍ରୀଷ୍ଟମାସ୍‌ ଟ୍ରି, କାର୍ଡ, ସାନ୍ତାକ୍ଲଜ୍‌ ଆଉ ଉପହାର କିଣାରେ ସମସ୍ତେ ବ୍ୟସ୍ତ। ସହରରେ ଥିବା ଚର୍ଚ୍ଚକୁ ରଙ୍ଗବେରଙ୍ଗର ଆଲୋକରେ ସଜା ଯାଇଛି।

ଅନ୍ୟପଟେ, ବଡ଼ଦିନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ପୁଲିସ୍‌ ସଜାଗ ରହିଛି। ଏବେଠୁ ଗାଡ଼ି ମୋଟର ତନତନ କରି ଯାଞ୍ଚ କରାଯାଉଛି। ଜିଲ୍ଲାର ସବୁ ଅଞ୍ଚଳରେ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି।

 

You might also like