ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରଥମ ପର୍ଯ୍ୟାୟରେ ଭୋଟର ତାଲିକାରେ ସଂଶୋଧନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି।

ଜାନୁଆରୀ ୪ ତାରିଖ ଯାଏ ଚୂଡ଼ାନ୍ତ ଭୋଟର ତାଲିକା ସଂଶୋଧନ ନେଇ ଅବଧି ଥିଲା। ତେବେ ଏହାକୁ ଆସନ୍ତା ୨୧ ତାରିଖ ଯାଏ ବୃଦ୍ଧି କରାଯାଇଛି। ଆସନ୍ତା ୨୧ ତାରିଖ ଯାଏ ଲୋକେ ଭୋଟର ତାଲିକା ସଂଶୋଧନ କରିପାରିବେ। ଏଥିସହ ନାମ ଠିକଣା ଇତ୍ୟାଦି ମଧ୍ୟ ବଦଳାଇ ପାରିବେ।

ଏହାକୁ ନେଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ପ୍ରତି ନିର୍ବାଚନମଣ୍ଡଳୀରେ ମାସେ ଯାଏ ୭ଟି ଭ୍ୟାନ୍ ବୁଲିବ। ବର୍ତ୍ତମାନ ଯାଏ ମୋଟ୍ ୧୨ ଲକ୍ଷ ଭୋଟର ସଂଶୋଧନ ପ୍ରକ୍ରିୟାରେ ସାମିଲ୍ ହୋଇଛନ୍ତିା ଯେଉଁଥିରେ ୫ ଲକ୍ଷ ନୂଆ ଭୋଟର୍ ରହିଛନ୍ତି।

ତାଲିକା ସଂଶୋଧନ ପାଇଁ ମୋଟ ୪ ଲକ୍ଷ ୫୯ ହଜାର ୪୨ଟି ଆବେଦନ ପତ୍ର ହସ୍ତଗତ ହୋଇଛି। ନିର୍ବାଚନ ପାଇଁ ରାଜ୍ୟରେ ୩୭ ହଜାର ୬୦୬ଟି ବୁଥ୍ ରହିଛି। ଯାହା ଚଳିତ ଥର ବଢ଼ିପାରେ ବୋଲି ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଚଳିତ ଥର ନିର୍ବାଚନରେ ପ୍ରଥମ ଥର ପାଇଁ VVPAT ମେସିନ୍ ବ୍ୟବହାର କରାଯିବ। ଏନେଇ ପର୍ଯ୍ୟାପ୍ତ ପରିମାଣର VVPAT ଏବଂ ଇଭିଏମ୍ ପହଞ୍ଚିଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

You might also like