• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଲେଶ୍ୱର : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି । ବାଲେଶ୍ୱରରେ ବାତ୍ୟା ମୁକାବିଲା ସମୀକ୍ଷା ପରେ SRCଙ୍କ ପରାମର୍ଶ । ବାତ୍ୟା ବେଳେ ବୟସ୍କ ଲୋକେ ଘରୁ ବାହାରନ୍ତୁ ନାହିଁ । ସେହିପରି ପବନ ବହିବା ବେଳେ ଯୁବପୀଢ଼ି ବାଇକରେ ଏଣେ ତେଣେ ନବୁଲି ଘରେ ରହୁନ୍ତୁ । କେବଳ ଏତିକି ନୁହେଁ ଆମ୍ବ, ନଡ଼ିଆ ଗୋଟାଇବା ପାଇଁ ନବାହାରିବାକୁ କୁହାଯାଇଛି । ଆଶ୍ରୟ ସ୍ଥଳକୁ ଯାଇନଥିଲେ ପିଇବା ପାଣି ଆଗୁଆ ମହଜୁଦ ରଖିବା ପାଇଁ କହିଛନ୍ତି SRC  ।

ସେପଟେ ବାତ୍ୟା ୟାସ ପାଇଁ ଉପକୂଳବର୍ତୀ ଜିଲ୍ଲା ମାନଙ୍କରେ ହାଇଆଲାର୍ଟ ଥିବାବେଳେ ମୁକାବିଲା ପାଇଁ ନୀଳଗିରି ପ୍ରସାଶନ ବି ବେଶ ସଜାଗ। ଗତକାଲି ଉପ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏବେ ସୁଦ୍ଧା ତହସିଲ କାର୍ଯ୍ୟାଳୟରେ ପଲିଥିନ ବୋଝେଇ ଏକ ଟ୍ରକ ପହଂଚି ସାରିଛି । କଚା ଘର ଲୋକଙ୍କୁ ସହାୟତା ପାଇଁ ପଲିଥିନ ମହଜୁଦ ରଖାଯାଉଛି। ଏହାସହ ବ୍ଲକକୁ ଚୂଡ଼ା ଗୁଡ଼ ଆସିବାର କାର୍ଯ୍ୟକ୍ରମ ବି ଅଛି ।

ସେହିପରି ୱେଲ୍‌ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରର ଲଘୁଚାପ। ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଅବପାତ ବା ଡିପ୍ରେସନରେ ପରିଣତ ହେବ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଏହି ଅବପାତ ଉତ୍ତର, ଉତ୍ତର ପଶ୍ଚିମ ଦିଗରେ ଗତି କରିବ ପରେ ତାହା ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ବାତ୍ୟାରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଭେରି ସିଭିୟର ସାଇକ୍ଲନିଷ ଷ୍ଟର୍ମରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ୨୬ ତାରିଖରେ ଅତି ଭୀଷଣ ବାତ୍ୟା ଭାବେ ଏହା ଉପକୂଳ ଅତିକ୍ରମ କରିବ।

ୟାସ୍ ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୬୫ କିଲୋମିଟର ରହିପାରେ। ମଝିରେ ମଝିରେ ଏହା ୧୮୫ କି.ମି ମଧ୍ୟ ଛୁଇଁପାରେ। ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ- ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି IMD। ୟାସ୍ ପ୍ରଭାବରେ ୨୫ ତାରିଖ ଅପରାହ୍ନରୁ ଉତ୍ତର ଓଡ଼ିଶା ସହିତ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ୨୪ ତାରିଖ ସଂଧ୍ୟାରୁ ଉପକୂଳ ଓଡ଼ିଶାରେ ୪୦ରୁ ୫୦ କି.ମି ବେଗରେ ପବନ ବୋହିବ। ୨୫ ସକାଳୁ ୫୦ରୁ ୬୦ କିମି ଓ ୨୬ରେ ପବନ ବେଗ ବଢ଼ିବ ବୋଲି IMD ଡିଜି ସୂଚନା ଦେଇଛନ୍ତି।

Preparation-for-yass-cyclone
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories