ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂଆବର୍ଷକୁ ସ୍ୱାଗତ ପାଇଁ ଚାରିଆଡ଼େ ଉତ୍ସାହ

ଭୁବନେଶ୍ୱର: ଆଜି ବର୍ଷ ୨୦୧୮ର ଶେଷ ଦିନ। ବଦଳିଯିବ କ୍ୟାଲେଣ୍ଡର୍‌ ଆଉ ବିଦାୟ ନେବ ୨୦୧୮। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷ ୨୦୧୯କୁ ମନଖୋଲି ସ୍ୱାଗତ କରିବ ସାରା ବିଶ୍ୱ।

ତେଣୁ ଜିରୋ ନାଇଟ୍ ସେଲେବ୍ରେସନ୍ ପାଇଁ ସବୁଠି ଉତ୍ସାହ। ଏଥିଲାଗି ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଟେଲ ଓ କ୍ଲବ୍ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।  କେଉଁଠି ବଲିଉଡ୍ କଳାକାରଙ୍କୁ ନେଇ ଷ୍ଟାର୍ ନାଇଟ୍ ଆୟୋଜନ ହୋଇଛି ତ ପୁଣି କେଉଁଠି ପାଶ୍ଟାତ୍ୟ ଶୈଳୀରେ ନୃତ୍ୟ ସଂଗୀତର ଆସର।

ତେବେ ନୂଆବର୍ଷକୁ ସ୍ୱାଗତ ଲାଗି ବ୍ରହ୍ମପୁରରେ ବି ବ୍ୟାପକ ଆୟୋଜନ କରାଯାଇଛି। ଜିରୋ ନାଇଟ୍ ସମୟରେ ମଦ୍ୟପ ଓ ବେପରୁଆ ଗାଡ଼ି ଚାଳକଙ୍କ ଉପରେ ଲଗାମ୍ ଲଗାଇବାକୁ ପୁଲିସ୍‌ ପୂରା ପ୍ରସ୍ତୁତ ଥିବାବେଳେ ଚାରିଆଡ଼େ ବ୍ଲକିଂ ଓ ଚେକିଂ ଜୋରଦାର ଚାଲିଛି।

ସୁରକ୍ଷା ଦୃଷ୍ଟିରୁ ହୋଟେଲ୍ ଗୁଡିକୁ ସିସିଟିଭି ନଜରରେ ରଖାଯାଇଥିବା ବେଳେ ଅଗ୍ନିଶମ ବିଭାଗ ମଧ୍ୟ ଏନ୍ଓସି ଯାଞ୍ଚ କରୁଛି।

ସେପଟେ ପୁରୀରେ ମଧ୍ୟ ନୂଆବର୍ଷ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମ୍ଭାବ୍ୟ ସମାଗମକୁ ଦୃଷ୍ଟିରେ ରଖି ପୁଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ବେଳାଭୂମିରେ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି।

You might also like