ଗାଡିରେ ଛଟପଟ ହେଉଥିଲେ ଗର୍ଭବତୀ, ରାସ୍ତା ଛାଡିଲେନି ଲୋକେ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା। ମହୁଲଡିହା  ଥାନା ଧାତିକିଡିହାର ଜଣେ ମହିଳା ଅଟୋରେ ପ୍ରସବ କରିଛନ୍ତି। ଗାଁର ଚକ୍ରଧର ମଢ଼େଇଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ ତେଣୁ ପରିବାର ଲୋକେ ତାଙ୍କୁ ଏକ ଅଟୋରେ ବ୍ୟାରେଜ ରାସ୍ତାରେ ଆନନ୍ଦପୁର ମେଡିକାଲକୁ ନେଇ ଆସିବା ବାଟରେ ତାଙ୍କର ପ୍ରସବ ହୋଇଛି। ବାଟରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପ ପାଖରେ ଟ୍ରାଫିକ ଜାମ୍ ଯୋଗୁଁ ଅଟୋ ଟି ଫସି ଯାଇଥିଲା।

ଅଟୋ ଚାଳକ ଓ ପରିବାର ଲୋକେ ସାମ୍ନାରେ ଥିବା ଗାଡ଼ି ଗୁଡ଼ିକୁ ଅନୁରୋଧ କରିଥିଲେ ବି କେହି ରାସ୍ତା ଛାଡ଼ି ନଥିଲେ। ଶେଷରେ ସେ ସେହି ଅଟୋ ଭିତରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like