ପ୍ରସୂତି ମୃତ୍ୟୁରୁ ମେଡିକାଲ୍‌ରେ ଉତ୍ତେଜନା

ବଲାଙ୍ଗିର: ପ୍ରସୂତି ମୃତ୍ୟୁରୁ ମେଡିକାଲ୍‌ରେ ଉତ୍ତେଜନା। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ପ୍ରସୂତି ମୃତ୍ୟୁରୁ ଉତ୍ତେଜନା ଦେଖାଦେଇଛି। ଜଣେ ପ୍ରସୂତୀଙ୍କ ମୃତ୍ୟୁ ପରେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ହସ୍ପିଟାଲର ଓ୍ୱାର୍ଡ ସମ୍ମୁଖରେ ଶବ ରଖି ଧାରଣାରେ ବସିଛନ୍ତି ପରିବାର ଏବଂ ସ୍ଥାନୀୟ ଲୋକେ।

ଗତକାଲି ମାଳଗୋଦାମ ପଡାର ପପୁ ହରିପାଲଙ୍କ ସ୍ତ୍ରୀ ପ୍ରମିଳା ହରିପାଲଙ୍କୁ ଗୁରୁତର ଅବସ୍ଥାରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳୁ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହାପରେ ମହିଳାଙ୍କ ଅତ୍ୟଧିକ ମାତ୍ରାରେ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଚିକିତ୍ସାରେ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଲୋକେ। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ସେପଟେ ବଲାଙ୍ଗିର ମେଡିକାଲ କଲେଜ ଅଧୀକ୍ଷକ ମହେନ୍ଦ୍ର ନାୟକ କହିଛନ୍ତି ଘଟଣାରେ ତଦନ୍ତ କମିଟି ବସିବ, ଗାଇଡଲାଇନ୍ ଅନୁସାରେ ଯାହା କରଯିବା କଥା  ତାହା କରାଯିବ।

ଆହୁରି ପଢ଼ନ୍ତୁ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

You might also like