ଖଟିଅାରେ ବୁହାହେଲେ ପ୍ରସୂତି

ମଝିରେ ନଦୀ ଥିବାରୁ ଅାସିପାରିଲାନି ଆମ୍ବୁଲାନ୍ସ

ମୟୂରଭଂଜ  : ପୁଣି ଖଟିଅାରେ ବୁହାହେଲେ ପ୍ରସୂତି। ଆମ୍ବୁଲାନ୍ସ ଗାଁକୁ ଅାସି ନପାରିବାରୁ ପ୍ରସୂତିଙ୍କୁ ଖଟିଅାରେ ଦୋଳା କରି ବୋହି ନେଇଛନ୍ତି ଗ୍ରାମବାସୀ। ମୟୂରଭଂଜ ବାଙ୍ଗିରିପୋଷୀ ଚାଉଳଡୋରୀ ଗାଁର ଏ ଘଟଣା। ସୁକୁମଣି ନାମକ ମହିଳାଙ୍କ ପ୍ରସବ ବେଦନା ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ।

ତେବେ ଗାଁକୁ ଅାସିବା ଲାଗି ଥିବା ରାସ୍ତା ମଝିରେ ନଦୀ ପଡୁଥିବାରୁ ନଦୀ ଅାରପଟେ ରହିଯାଇଥିଲା ଆମ୍ବୁଲାନ୍ସ। ଖଟିଅାରେ ଦୋଳା କରି ଗ୍ରାମବାସୀ ସୁକୁମଣିଙ୍କୁ ଦୀର୍ଘ ୨ କିଲୋମିଟର ଚାଲିଚାଲି ଅାସୁଥିବା ବେଳେ ବିଲ ମଝିରେ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା।

ପରେ ସୁକୁମଣି ଓ ତାଙ୍କ ନବଜାତ ଶିଶୁକନ୍ୟାଙ୍କୁ ଖଟିଅାରେ ନଦୀ ପାର କରାଇଥିଲେ । ଏହାପରେ ନଦୀ ଅାରପଟେ ଅପେକ୍ଷା କରିଥିବା ୧୦୨ ଆମ୍ବୁଲାନ୍ସରେ ବାଙ୍ଗିରିପୋଷୀ ଡାକ୍ତରଖାନାକୁ ଅାଣିଥିଲେ। ବାରମ୍ବାର ଅଭିଯୋଗ ପରେ ନଦୀରେ ପୋଲ ନିର୍ମାଣ ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

You might also like