ବିକାଶ ଗଲା କୁଆଡ଼େ? ଷ୍ଟ୍ରେଚରରେ ୭ କିମି ବୁହା ହେଲେ ଗର୍ଭବତୀ

ଗର୍ଭବତୀଙ୍କ କଷ୍ଟ...

ରାୟଗଡ଼ା: ପୁଣି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର ଦେଖିବାକୁ ମିଳିଛି। ଷ୍ଟ୍ରେଚରରେ ୭ କିମି ବୁହା ହୋଇଛନ୍ତି ଗର୍ଭବତୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକର କେରାଣ୍ଡି ଗ୍ରାମରେ। ସାରଦା କଣ୍ଡାଗିରି ନାମକ ଜଣେ ମହିଳା ହଠାତ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବା ବେଳେ ଗାଁ ଦେଇ ବୋହିଯାଇଥିବା ନାଗାବଳି ନଦୀରେ ପୋଲ ବି ନଥିଲା। ଫଳରେ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା।

ପରିବାର ବର୍ଗ ଓ ଗ୍ରାମବାସୀ ଗର୍ଭବତୀଙ୍କୁ ଏକ ଷ୍ଟ୍ରେଚରରେ ପାହାଡ଼ି ରାସ୍ତାରେ ୭ କିମି ବୋହିବା ପରେ ନାଗାବଳି ନଦୀ ପାରକରି ହାଟ ଶେଷଖାଲ ଆସିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗ ପ୍ରଥମେ ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍ ଥିବା ସୂଚନା ମିଳିଛି। ତେବେ କେବଳ ରାୟଗଡ଼ା ନୁହେଁ ଏମିତି ଚିତ୍ର ରାଜ୍ୟରେ ବାରମ୍ବାର ଦେଖିବାକୁ ମିଳୁଛି, ଆଉ ପ୍ରଶ୍ନ ଉଠୁଛି ସରକାରଙ୍କ ବିକାଶ କେଉଁଠି ବାଟବଣା ହୋଇଛି?

 

You might also like