ପୁଣି ଫେଲ୍ ଆମ୍ବୁଲାନ୍ସ ସେବା: ୮ କିମି ଭାରରେ ବୁହା ହେଲେ ଗର୍ଭବତୀ

ମାଲକାନଗିରି: ପୁଣି ଫେଲ୍ ମାରିଲା ସରକାରଙ୍କ ଆମ୍ବୁଲାନ୍ସ ସେବା। ଆଠ କିଲୋମିଟର୍ ଭାରରେ ବୁହା ହେଲେ ଗର୍ଭବତୀ। ମାଲକାନଗିରି ଜିଲ୍ଲା ମନ୍ତ୍ରୀପୁଟ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି।

ଗାଁର ପଦ୍ମିନୀ ମୁଦୁଲିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। କିନ୍ତୁ ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସଟି ଗାଁରୁ ୮ କିଲୋମିଟର୍ ଦୂରରେ ରହିଯାଇଥିଲା।

ବାଧ୍ୟ ହୋଇ ପରିବାର ଲୋକେ ଗର୍ଭବତୀ ପଦ୍ମିନୀଙ୍କୁ ଭାରରେ ୮ କିଲୋମିଟର୍‌ ବୋହି ନେଇଥିଲେ। ପରେ ଆମ୍ବୁଲାନ୍ସରେ ତାଙ୍କୁ ଅର୍କେଲ ଚିକିତ୍ସାଳୟ ନେବା ବେଳେ ବାଟରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଛି।

ଗତକାଲି ମଧ୍ୟ ସେହି ଗାଁର ମୋତି ହନ୍ତାଳଙ୍କୁ ଗର୍ଭଯନ୍ତ୍ରଣା ହେବାରୁ ଭାରରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣୁଥିଲେ। ପ୍ରସବ ଯନ୍ତ୍ରଣା ହେବାରୁ ବାଟରେ ହିଁ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

 

You might also like