ଖଟିଆରେ ବୁହାହେଲେ ପ୍ରସୂତି

ମାଲକାନଗିରି  : ପୁଣି ଭାରରେ ବୁହା ହେଲେ ଗର୍ଭବତୀ। ମାଲକାନଗିରି ମାଥିଲି ବ୍ଲକ୍‌ ବେଙ୍ଗପାଣି ଗାଁର ଜଣେ ମହିଳାଙ୍କୁ ଦେଢ କି.ମି ଭାରରେ ବୁହାହୋଇ ମେଡିକାଲକୁ ନିଆଯାଇଛି।

ଗର୍ଭବତୀଙ୍କୁ ମେଡିକାଲକୁ ନେବାପାଇଁ ଆମ୍ବୁଲାନସକୁ ଖବର ଦିଆଯାଇଥିଲା। କିନ୍ତୁ ରାସ୍ତା ନଥିବାରୁ ବେଙ୍ଗପାଣି ଗାଁରେ ଆମ୍ବୁଲାନସ ପହଞ୍ଚି ପାରି ନଥିଲା। ମହିଳାଙ୍କ ପରିବାର ଲୋକ ଓ ଆମ୍ବୁଲାନସ କର୍ମଚାରୀମାନେ ଗର୍ଭବତୀଙ୍କୁ ବେଙ୍ଗପାଣିରୁ ବାଡନିଗୁଡା ପର୍ଯ୍ୟନ୍ତ ଖଟରେ ବୋହି ନେଇଥିଲେ। ଏହାପରେ ଗର୍ଭବତୀଙ୍କୁ ମାଲକାନଗିରି ମେଡିକାଲକୁ ନିଆଯାଇଛି।

You might also like