ନକଲି ଡାକ୍ତରଙ୍କ ହାତରେ ଚାଲିଗଲା ଗର୍ଭବତୀଙ୍କ ଜୀବନ

ନବରଙ୍ଗପୁର:ନବରଙ୍ଗପୁରରେ ଜନନୀ ଯନ୍ତ୍ରଣାର ଶେଷ ନାହିଁ। ନକଲି ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହୋଇ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ନବରଂଗପୁର ରାଇଘର ବ୍ଲକର ହାତୀଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମକାଢଡ଼ଗି ଗ୍ରାମରେ ।

ଅଭିଯୋଗ ଅନୁସାରେ, ଗର୍ଭବତୀ ଜଣକ ୩ ମାସର ଗର୍ଭବତୀ ହୋଇଥିଲେ । କିଛି ଦିନ ତଳେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା।  ପରିବାର ଲୋକେ ତାଙ୍କୁ ଚିକିତ୍ସାପାଇଁ  ଗତ ରବିବାର ଦାସପୁର ଗ୍ରାମର ନକଲି ଡାକ୍ତର ନନ୍ଦୁରାମ ଗଣ୍ଡଙ୍କ ନିକଟକୁ ନେଇଥିଲେ। ଅନିତାଙ୍କୁ ମ୍ୟାଲେରିଆ ହୋଇଥିବା କହି  ନନ୍ଦୁରାମ ଇଜେକ୍ସନ ଦେବା ସହ କିଛି ବଟିକା ମଧ୍ୟ ଖାଇବାକୁ ଦେଇଥିଲେ ବୋଲି ପରିବାର ଲୋକେ କହିଛନ୍ତି ।

ଉକ୍ତ ଔଷଧ ଖାଇବା ପରେ ଅନିତା ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପ୍ରଥମେ ତାଙ୍କୁ ରାଇଘର ଓ  ଗତକାଲି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ନକଲି ଡାକ୍ତରଙ୍କ ବିରୋଧରେ ଏତଲା ଦିଆଯାଇଛି । ରାଇଘର ପୋଲିସ ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ଦିନକରେ ୮ଟି ସ୍ଥାନରେ ସିବିଆଇ ରେଡ୍

୧୨ରୁ OJEE ପରୀକ୍ଷା

ମିଳିଲାନି କାନ୍ଧ; ଗାଁ ଦାଣ୍ଡରେ ପଡି ରହିଲା ଶବ

ହ୍ୱାଟ୍ସଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ

You might also like