ଘରୋଇ ନର୍ସିଂ ହୋମରେ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ: ଭଦ୍ରକରେ ଏକ ଘରୋଇ ନର୍ସିଂ ହୋମରେ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।  ଏନେଇ ଥାନାରେ ଏତଲା ଦେଇଛନ୍ତି ମୃତକଙ୍କ ପରିବାର ଲୋକେ।

ଅଭିଯୋଗ ଅନୁଯାୟୀ, ଭଦ୍ରକ ସହରର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ନିକଟରେ ଥିବା ଏକ ଘରୋଇ ନର୍ସିଂହୋମରେ ତିହିଡ଼ି ଥାନା କୋହ୍ଲ ଅଞ୍ଚଳରେ ଜଣେ ପ୍ରସୂତିଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମହିଳା ଜଣକ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ।

ପରେ ମହିଳାଙ୍କ ଅବସ୍ଥା ଶୋଚନୀୟ ହେବାରୁ ପରିବାର ଲୋକେ  ଅନ୍ୟ ମେଡିକାଲକୁ ସ୍ଥାନାନ୍ତର ପାଇଁ ଅନୁରୋଧ କରିଥିଲେ। ତେବେ ଚିକିତ୍ସାରେ ଅବହେଳା ପାଇଁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ନେଇ ଟାଉନଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ହେଲେ ଅଭିଯୋଗ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ମୃତ ପ୍ରସୂତିଙ୍କ ନବଜାତ ଶିଶୁ କନ୍ୟା ସୁରକ୍ଷିତ କିନ୍ତୁ ଅଛନ୍ତି।

 

You might also like