ଆନେସ୍ଥେସିଆ ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ଫୁଲବାଣୀ: ଅସ୍ତ୍ରୋପଚାର ପୂର୍ବରୁ ଦିଆଯାଇଥିବା ଆନେସ୍ଥେସିଆ ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ମେଡିକାଲରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଜି. ଉଦୟଗିରି ଥାନା ଅନ୍ତର୍ଗତ ବୁଦୁଲିପଡ଼ାର ବିଜୟ ନାୟକଙ୍କ ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଗତ ୨୭ ତାରିଖରେ ତାଙ୍କୁ  ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ। ଗତକାଲି ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ପାଇଁ O.T କୁ ନେଇଥିଲେ ଏବଂ ଆନେସ୍ଥେସିଆ ଦେଇଥିଲେ। ତେବେ ଆନେସ୍ଥେସିଆ ଦେବାର ମାତ୍ର କିଛି ସମୟ ପରେ ମହିଳାଙ୍କର O.T ଭିତରେ ମୃତ୍ୟୁ ହୋଇଥିଲା।

ଅସ୍ତ୍ରୋପ୍ରଚାର ପୂର୍ବରୁ ଡାକ୍ତର ଦେଇଥିବା ଆନେସ୍ଥେସିଆ ଯୋଗୁ ମହିଳାଙ୍କର ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଓ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

ଆନେସ୍ଥେସିଆ ଦେବା ପରେ ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିବା ଫୁଲବାଣୀ ମେଡିକାଲର ADMO କହିଛନ୍ତି।

You might also like