• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବିଜାପୁର: ନିଜ ଜୀବନକୁ ପାଣି ଛଡ଼ାଇ ଗର୍ଭବତୀଙ୍କୁ ଭରା ନଈ ପାର୍ କରାଇଲେ ଗାଁ ଲୋକେ। ନଦୀ ଭିତରେ ମାନବ ଶୃଙ୍ଖଳ କରିବା ସହିତ ଉଭୟ ପାର୍ଶ୍ୱରେ ରଶି ବାନ୍ଧି ମହିଳାଙ୍କୁ ନଦୀ ପାର କରାଇଥିଲେ। ଏହି ଘଟଣା ହେଉଛି ଛତିଶଗଡ଼ ବିଜାପୁର ଜିଲ୍ଲାରୁ।

ଲଙ୍କାପଲ୍ଲୀ ଗାଁର ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। କିନ୍ତୁ ତାଙ୍କୁ ମେଡିକାଲ ନିଆଯାଇପାରୁନଥିଲା। କାରଣ ରାସ୍ତାରେ ପଡୁଥିଲା ଭରା ନଈ। ଲଗାଣ ବର୍ଷା ଯୋଗୁଁ ନଦୀ ପୂର୍ଣ୍ଣଗର୍ଭା ଥିଲା।  ତା ସହିତ ସ୍ରୋତ ମଧ୍ୟ ବହୁତ  ପ୍ରଖର ଥିଲା।

ଶେଷରେ ନିଜ ଜୀବନକୁ ବାଜି ଲଗାଇଥିଲେ ଗାଁ ଲୋକେ ଏବଂ ମହିଳାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମହିଳାଙ୍କ ଜୀବନ ରକ୍ଷା ତ ହୋଇ ଯାଇଥିଲା କିନ୍ତୁ ଜନ୍ମ ହୋଇଥିଲା ମୃତ ଶିଶୁ। ଏହି ଅଞ୍ଚଳରେ ମାଓବାଦୀଙ୍କ ପ୍ରାଦୁର୍ଭାବ ଯୋଗୁଁ ଏଠାରେ ପୋଲ ନିର୍ମାଣ ହୋଇପାରୁନାହିଁ।

Pregant-crossed-bhara-river-by-help-of-local-people
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories