ଏଣିକି ବ୍ୟାଙ୍କରେ ରହିବନି ସରକାରୀ ଟଙ୍କା

ଭବନେଶ୍ୱର:ଏଣିକି ବ୍ୟାଙ୍କରେ ରହିବନି ସରକାରୀ ଟଙ୍କା।  ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅର୍ଥ ସଚିବ।  ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଚିଠି ଲେଖି ଏ ବିଷୟରେ ଅବଗତ କରାଇଛନ୍ତି।

ଅର୍ଥ ସଚିବ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି, ଯେତେବେଳେ ଲୋକଙ୍କ ପାଇଁ ଖର୍ଚ୍ଚ କରିବାର ଆବଶ୍ୟକତା ପଡୁଛି, ସେତେବେଳେ ଟ୍ରେଜେରୀରୁ ଟଙ୍କା କାଢ଼ି ସିଧାସଳଖ ଖର୍ଚ୍ଚ କର।  ବ୍ୟାଙ୍କରେ ଯେମିତି ସରକାରୀ ଟଙ୍କା ପାର୍କିଂ ନହୁଏ, ତା ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଧ୍ୟାନ ଦିଅନ୍ତୁ।

ସୂଚନାଥାଉ କି, ପୂର୍ବରୁ କିଛି ବିଭାଗ ଟ୍ରେଜେରୀରୁ ଟଙ୍କା କାଢ଼ି ବ୍ୟାଙ୍କରେ ରଖୁଥିବା ନଜରକୁ ଆସିଥିଲା । ଏନେଇ ସିଏଜି ମଧ୍ୟ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାରୀ ଟଙ୍କାକୁ ଟ୍ରେଜେରୀରୁ କାଢ଼ି ବ୍ୟାଙ୍କରେ ନ ରଖିବାକୁ ସତର୍କ କରିଛନ୍ତି ଅର୍ଥ ସଚିବ।

You might also like