କୁନି ଝିଅଙ୍କ ଇଜ୍ଜତ ଲୁଟିଲେ ଆଶ୍ରୟଦାତା !

ଭବାନୀପାଟଣା ଆଶ୍ରୟ ଗୃହରୁ ଚାଞ୍ଚଲ୍ୟକର ଅଭିଯୋଗ

ଧର୍ମଗଡ଼ / ବଲାଙ୍ଗିର : ମହଙ୍ଗା ପଡ଼ିଲା ଆଶ୍ରା ପାଇଁ ଆଶ୍ରୟ ଗୃହରେ ମୁଣ୍ଡ ଗୁଞ୍ଜିବା। କାଳ ହେଲା ମାତ୍ରାଧିକ ବିଶ୍ୱାସ ଆଉ ଭରସା। ଯାହାଙ୍କୁ ବାପା ଭଳି ସ୍ନେହ, ଆଦର ଆଉ ବିଶ୍ୱାସ କରୁଥିଲେ ଅନ୍ତେବାସିନୀ, ସେହି ବ୍ୟକ୍ତି ହିଁ ଇଜ୍ଜତ ଲୁଟେରା ସାଜିଥିବା ଅଭିଯୋଗ।

ସରୋଜ କୁମାର ଦାସ। ଭବାନୀପାଟଣା ସହର ସ୍ଥିତ ପ୍ରୟାସ ସଂସ୍ଥାର ମୁଖ୍ୟ।  ଯାହାଙ୍କ ବିରୋଧରେ ଆସିଛି ଏହି ସଂଗୀନ ଅଭିଯୋଗ। କଅଁଳ ବୟସର ଝିଅ ମାନଙ୍କ ସହ ଯୌନ ନିର୍ଯାତନାର ସଂଗୀନ ଅଭିଯୋଗ ଆସିଛି ଏ ବ୍ୟକ୍ତିଙ୍କ ବିରୋଧରେ। ଆଉ ତାଙ୍କୁ ସହଯୋଗ କରନ୍ତି ଆଶ୍ରୟ ଗୃହର ଅନ୍ୟ ବରିଷ୍ଠ ମହିଳା କର୍ମଚାରୀ। ଯାହାଙ୍କୁ ପିଲାମାନେ ଡାକନ୍ତି ବଡ଼ ମମ୍ମି।

ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ବଲାଙ୍ଗିରର ଜଣେ ପୀଡ଼ିତାଙ୍କ ମାଆ। ଯିଏ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଦ୍ୱାରସ୍ଥ ହେବା ସହ ନିଜ ଏଚ୍ଆଇଭି ସଂକ୍ରମିତ ଝିଅକୁ ଫେରାଇ ଆଣିଛନ୍ତି।

ଭବାନୀପାଟଣା ଶମ୍ଭୁନଗର, ଭୋଇଗୁଡ଼ା ରୋଡ୍‌ରେ ଥିବା ଭିଜନ୍ ଅନୁଷ୍ଠାନ ଦ୍ୱାରା ପରିଚାଳିତ ପ୍ରୟାସ ସଂସ୍ଥା ଏଚ୍ଆଇଭି ସଂକ୍ରମିତ ନାବାଳିକା ମାନଙ୍କୁ ଆଶ୍ରୟ ଦେଇଥାଏ। ଆଉ ଏହି ସଂସ୍ଥାରେ ଆଶ୍ରୟ ନେଇଥିଲେ ଜନ୍ମରୁ ଏଚ୍ଆଇଭି ଆକ୍ରାନ୍ତ ବଲାଙ୍ଗିରର ଦୁଇ ଭଉଣୀ। ଯେଉଁମାନେ ୨୦୧୬ରେ ନିଜ ସମ୍ପର୍କୀୟଙ୍କ ଭାଇଙ୍କ ଦ୍ୱାରା ଦୁଷ୍କର୍ମର ଶୀକାର ହୋଇଥିବା ଅଭିଯୋଗ ଆସିଥିଲା।

ସେହି ଅଭିଯୋଗରେ ଏବେ ବି ଜେଲ୍‌ରେ ଅଛି ସଂପୃକ୍ତ ଯୁବକ। ଏହି ଘଟଣା ପରେ ଦୁଇ ଭଉଣୀଙ୍କୁ ସିଡବ୍ଲୁସି ଜରିଆରେ ଭବାନୀପାଟଣାର ପ୍ରୟାସ ଅନୁଷ୍ଠାନରେ ରଖାଇଥିଲା ପୁଲିସ।

କିନ୍ତୁ ଦୁର୍ଭାଗ୍ୟକୁ ସାନ ଭଉଣୀ ଏବେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ୱାରା ଶୀକାର ହୋଇଥିବା ଅଭିଯୋଗ ଆସିଛି। ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧିକାରୀ ଏହା ଏକ ଘୃଣ୍ୟ କାମ ବୋଲି କହିବା ସହ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି। ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଭିଜନ୍ ସଂସ୍ଥାର ମୁଖ୍ୟ ସରୋଜ କୁମାର ଦାସ।

You might also like