ଥାନାରେ ଫେରାଦ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

ଭୁବନେଶ୍ୱର: ଏକ ଓଡ଼ିଆ ୱେବ୍‌ସାଇଟ୍‌ ନାଁରେ ଥାନାରେ ଫେରାଦ ହେଲେ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ତାଙ୍କ ଚରିତ୍ରକୁ କଦର୍ଥ କରି ଦର୍ଶାଇବା ସହ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ସେ ଏହି ୱେବ୍‌ସାଇଟ୍‌ ନାଁରେ  ଅଭିଯୋଗ ଆଣିଛନ୍ତି।

ଖାଲି ତାଙ୍କ ବିରୋଧରେ ନୁହେଁ ଏପରିକି ତାଙ୍କ ପରିବାର ଲୋକଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିବା ପ୍ରକୃତି ଅଭିଯୋଗ କରିଛନ୍ତି। ଏପରି କରିବା ଦ୍ୱାରା ସେ ମାନସିକ ଭାବେ ଭାରାକ୍ରାନ୍ତ ହୋଇଥିବା ଦର୍ଶାଇଛନ୍ତି।

ପ୍ରକୃତି ଅଭିଯୋଗ ଆଣି କହିଛନ୍ତି, ସୋସିଆଲ୍‌ ମିଡିଆରେ ତାଙ୍କୁ ଖରାପ ଚିତ୍ରଣ କରାଯାଉଛି। ତାଙ୍କୁ ଓ ତାଙ୍କ ପରିବାରକୁ ବଦନାମ୍‌ କରିବାକୁ ଚେଷ୍ଟା କରାଯାଉଛି। ଫଳରେ ସେ ମାନସିକ ଭାରସାମ୍ୟ ହରାଇବା ସହ ତାଙ୍କ ପ୍ରତିଷ୍ଠାରେ ଆଞ୍ଚ ଆସିଛି।

ଏ ନେଇ ପ୍ରକୃତି, ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି। ଏହାସହ ସେ ଏହି ୱେବ୍‌ସାଇଟ୍‌ ବିରୋଧରେ ମାନହାନୀ ମାମଲା ମଧ୍ୟ ରୁଜୁ କରିଛନ୍ତି।

ସୂଚନାଥାଉ କି, ଏହି ୱେବ୍‌ସାଇଟ୍‌ ପ୍ରକୃତି ମିଶ୍ରଙ୍କ ନାଁରେ ଏକ ଆପତ୍ତିଜନକ ପୋଷ୍ଟ ଶେଆର କରିଥିଲେ।  ଏହି ପୋଷ୍ଟକୁ ନେଇ ପ୍ରକୃତି ଓ ତାଙ୍କ ପରିବାର ଲୋକଙ୍କ ସମ୍ମାନହାନୀ ହୋଇଥିବା ଓ ମାନସିକ ଚାପରେ ଥିବା ପ୍ରକୃତି ଅଭିଯୋଗ ଆଣିଛନ୍ତି।

You might also like