“ରାଜ୍ୟ ପୋଲିସରେ ସ୍ୱଚ୍ଛତା ନାହିଁ”
କଣ କହିଲେ ପ୍ରକାଶ?
କଟକ: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣାରେ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଲେ ବିଜେପି ନେତା ପ୍ରକାଶ ମିଶ୍ର। କହିଲେ, ଲୋକଙ୍କ ଆଗରେ ଏବେ କାହାଣୀ ପ୍ରସ୍ତୁତ କରାଯାଉଛି। ଦିବ୍ୟସିଂହ ମୃତ୍ୟୁ ପୂର୍ବରୁ ଅନେକଙ୍କ ନାଁ କହିଥିଲେ କିନ୍ତୁ ସେମିତି କିଛି କାର୍ଯ୍ୟାନୁଷ୍ଠାନ ପୋଲିସ ନେଇ ନାହିଁ। ବରଂ ଚାପ ପକାଇ ପୋଲିସକୁ ନିଷ୍କ୍ରିୟ କରାଯାଉଛି । ଏହି ଘଟଣା ଅତ୍ୟନ୍ତ ଉଦବେଗଜନକ ବୋଲି କହିବା ସହ ପୋଲିସ ବ୍ୟବସ୍ଥାରେ ସ୍ୱଚ୍ଛତା ନଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପ୍ରକାଶ।
#ଚାପ_ପକାଇ_ପୋଲିସକୁ_ନିଷ୍କ୍ରିୟ_କରାଯାଉଛି_ପ୍ରକାଶ
ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣା। ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଲେ ପ୍ରକାଶ ମିଶ୍ର। ଲୋକଙ୍କ ଆଗରେ ଏବେ କାହାଣୀ ପ୍ରସ୍ତୁତ କରାଯାଉଛି- ପ୍ରକାଶ। ଦିବ୍ୟସିଂହ ମୃତ୍ୟୁ ପୂର୍ବରୁ ଅନେକଙ୍କ ନାଁ କହିଥିଲେ pic.twitter.com/0GGh3x0CyN— ଓଟିଭି (@otvkhabar) January 7, 2021
ପ୍ରେସମିଟରେ ପ୍ରକାଶ କହିଛନ୍ତି, ଏଠି ପୋଲିସ ସବୁବେଳେ ଜଣଙ୍କର ହିଁ ଅନୁଗତ ରହିଆସିଛି। ଶାସକ ଦଳର ଅନୁଗତ ନହେଲେ ଉପକୂଳରେ ପୋଷ୍ଟିଂ ହୁଏନି ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି । ଏହା ନିଶ୍ଚିତ ଭାବରେ ଏକ ଚିନ୍ତାଜନକ ବିଷୟ ବୋଲି କହିଛନ୍ତି ପ୍ରକାଶ।
ସେପଟେ ରାଜ୍ୟ ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ।ସେ କହିଛନ୍ତି, ଦୁର୍ନୀତିରେ ବୁଡ଼ି ରହିଛି ଏଠାକାର ରାଜ୍ୟ ସରକାର । ବର୍ଷକ ତଳେ ବିକାଶ ଜେନାଙ୍କୁ ବି ହତ୍ୟା କରାଯାଇଥିଲା। ଆଉ ପୁଣି ଏବେ କୁଳମଣି ଓ ଦିବ୍ୟସିଂହଙ୍କୁ ହତ୍ୟା କରାଗଲା। ପିଏମ୍ ଆବାସ ଯୋଜନା ଦୁର୍ନୀତି ଉଠାଇବାରୁ ଉଭୟଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ଆହୁରି ପଢନ୍ତୁ :
ଦୁର୍ନୀତିର ପେଡ଼ି ଖୋଲିବାରୁ ହତ୍ୟାର ଶିକାର ହେଲେ କି କୁଳମଣି ?