ଚାଷୀ ଭାଇମାନେ କାଳିଆ ଟଙ୍କା ଫେରାନ୍ତୁ ନାହିଁ ବୋଲି କହିଲେ ପ୍ରଦୀପ୍ତ ନାୟକ

ଭୁବନେଶ୍ୱର: ଅଯୋଗ୍ୟ ଦର୍ଶାଇ କାଳିଆ ଟଙ୍କା ଫେରସ୍ତ ଲାଗି ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। କାଳିଆ ଟଙ୍କା ନଫେରାଇବାକୁ ସେ ପରାମର୍ଶ ଦେଇଛନ୍ତି।

ନିର୍ବାଚନ ଜିତିସାରିବା ପରେ ଏଭଳି ନୀତି କାହିଁକି ବୋଲି ପ୍ରଶ୍ନ କରିବା ସହିତ ମୁଁ ନିବେଦନ କରୁଛି, ଚାଷୀ ଭାଇମାନେ ଟଙ୍କା ଫେରାନ୍ତୁ ନାହିଁ ବୋଲି କହିଛନ୍ତି ପ୍ରଦୀପ୍ତ।

ସରକାର ୩ ଲକ୍ଷ ୪୧ ହଜାର ଚାଷୀଙ୍କୁ ଟଙ୍କା ଫେରାଇବାକୁ ଚିଠି କରିଛନ୍ତି। ଏ ବାବଦରେ ୧୭୦ କୋଟି ୫୦ ଲକ୍ଷ ଦେଇଛନ୍ତି ରାଜ୍ୟ ସରକାର। ଯିଏ ତାଲିକା ପ୍ରସ୍ତୁତ କରିଥିଲେ ସେମାନଙ୍କଠୁ ଆଦାୟ କରାଯାଉ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

ସେପଟେ ବିରୋଧୀ ଦଳ ନେତାଙ୍କ ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି।  ତଥ୍ୟ ଥିଲେ ବିଜେପି ଉପସ୍ଥାପନ କରୁ ବୋଲି କହିଛନ୍ତି ବିଜେଡି ନେତା ଦେବୀ ମିଶ୍ର।

 

ଆହୁରି ପଢ଼ନ୍ତୁ

You might also like