• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର: ମଣ୍ଡି ସମସ୍ୟା ନେଇ ବିଧାନସଭାର ଅପରାହ୍ନ ଅଧିବେଶନରେ ପୁଣି ଗୃହରେ ହଙ୍ଗାମା ହୋଇଛି।  ଯୋଗାଣ ମନ୍ତ୍ରୀଙ୍କ ଉତ୍ତର କପି ଚିରିଲେ ବିରୋଧୀ ଦଳ ନେତା। ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଚାଷୀ ସମସ୍ୟାକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଥିଲେ ବିଜେପି ବିଧାୟକ। ଫଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଉତ୍ତର କପି ଚିରି ବାଚସ୍ପତିଙ୍କ ଟେବୁଲ ଉପରକୁ ଫିଙ୍ଗି ଦେଇଥିଲେ। ସେପଟେ ସର୍ବଦଳୀୟ ବୈଠକ ଡାକି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ବିରୋଧୀ।

 

ସେହିପରି ଆଜି ଅଧିବେଶନରେ  କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କୁ ହାତଯୋଡି ମଣ୍ଡିରୁ ଚାଷୀଙ୍କ ଧାନ ଉଠାଇବା ପାଇଁ ଅନୁରୋଧ କରିଛନ୍ତି। ଗୃହରେ ସ୍ୱତନ୍ତ୍ର ଭାବେ ମୋସନ ଆଣି ଆଲୋଚନା କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ ଆଜି ଗୃହରେ ବିବୃତି ରଖିଥିବାରୁ ତାଙ୍କୁ ସମନ୍ କରି ତଥ୍ୟ ମଗାଯିବ ବୋଲି ବାଚସ୍ପତି କହିଛନ୍ତି।  ତେବେ ଏଥିଲାଗି ବିରୋଧୀଙ୍କୁ ୭ ଦିନ ଅପେକ୍ଷା କରିବାକୁ କହିଛନ୍ତି, ଆଉ ଏନେଇ ମଧ୍ୟ ବିରୋଧି ଦଳ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପୂର୍ବରୁ ଆଜି ବିରୋଧୀଙ୍କ ହୋହଲ୍ଲା ଭିତରେ ବାଚସ୍ପତିଙ୍କ ରୁଲିଂ ଅନୁଯାୟୀ ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ରାଜ୍ୟରେ ୧୯ ତାରିଖ ସୁଦ୍ଧା ୫୫.୦୩ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ହୋଇଛି । ଗତବର୍ଷ ଏହି ଦିନ ସୁଦ୍ଧା ୪୫.୬୧ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ହୋଇଥିବା ଗୃହକୁ ତଥ୍ୟ ଦେଇଛନ୍ତି ମନ୍ତ୍ରୀ।

ଗତବର୍ଷ ଅପେକ୍ଷା ଏବର୍ଷ ୨୧ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି ତେବେ ମାର୍ଚ୍ଚ ୩୧ ଧାନ କିଣାର ଶେଷ ତାରିଖ ବୋଲି ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି। ଏଯାଏ ଚାଷୀଙ୍କ ଆକାଉଣ୍ଟକୁ ୧୦ ହଜାର ୨୮୧ କୋଟି ଟଙ୍କା ପଠାଯାଇଛି। ହେଲେ ଏସବୁ ଭିତରେ ତୁଚ୍ଛାଟାରେ ବିରୋଧୀ ନିଜ ବ୍ୟକ୍ତିଗତ ଏଜେଣ୍ଡା ପାଇଁ ହଟ୍ଟଗୋଳ କରୁଛନ୍ତି। ବାହାର ରାଜ୍ୟର ବ୍ୟବସାୟୀଙ୍କ ଠାରୁ ନୁହଁ ବରଂ ପଞ୍ଜିକୃତ ଚାଷୀଙ୍କର ଧାନ କିଣିବୁ ବୋଲି କହିଛନ୍ତି ମନ୍ତ୍ରୀ।

ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ମଧ୍ୟ ବିରୋଧୀ ଧାନ ମଣ୍ଡି ସମସ୍ୟାରେ ଆଲୋଚନା ଦାବି କରି ହୋହଲ୍ଲା କରିଥିଲେ। ଚାଷୀଙ୍କ ସମସ୍ୟା ସମ୍ପର୍କିତ ପୋଷ୍ଟର ଓ ବ୍ୟାନର ଦେଖାଇଥିଲେ ବିରୋଧୀଙ୍କ ହଟଗୋଳ ଯୋଗୁ ଗୃହ ଅଚଳ ହୋଇଥିଲା ।

Pradipta-naik-tears-food-supplies-and-consumer-welfare-ministers-written-reply-copy-and-throws-it-to-speakers-podium
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories