ଭୁବନେଶ୍ୱର: ବିଭିନ୍ନ ଉପାୟରେ ଓଟିଭିକୁ ରାଜ୍ୟ ସରକାର ହଇରାଣ କରୁଥିବା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଗଣମାଧ୍ୟମର କଣ୍ଠରୋଧ ପ୍ରୟାସକୁ ସେ କଠୋର ଶବ୍ଦରେ ନିନ୍ଦା କରିଛନ୍ତି।
‘ସୁସ୍ଥ ଗଣତନ୍ତ୍ରରେ ଗଣମାଧ୍ୟମର ଏକ ବଡ ଭୁମିକା ଅଛି। ହେଲେ ଯେଉଁଭଳି ଭାବରେ ଆମ ରାଜ୍ୟରେ ସରକାର ଗଣମାଧ୍ୟମ ପ୍ରତି ଅସହିଷ୍ଣୁ ହୋଇପଡୁଛନ୍ତି ତାହା ଆଗରୁ କେବେ ଦେଖାଯାଇନଥିଲା। ସରକାର ଏପରି କାହିଁକି କରୁଛନ୍ତି ? କ’ଣ ସରକାର ଭାବୁଛନ୍ତି କି ସରକାର ସମାଲୋଚନାର ଉର୍ଦ୍ଧ୍ୱରେ’ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ ନାୟକ।
ସେ ଆହୁରି କହିଛନ୍ତି, ‘ଯେଉଁ ଗଣମାଧ୍ୟମ ସରକାରଙ୍କ ବିରୋଧରେ ଖବର ପ୍ରସାରଣ କରୁଛି ତା ଉପରେ ସରକାରୀ କଳ ଦାଉ ସାଧୁଛି। ଏହା ଶୁଭଙ୍କର ନୁହେଁ। ଏହା କ୍ଷମତାର ଅପବ୍ୟବହାର। ଅତ୍ୟନ୍ତ ସ୍ୱେଛାଚାରୀ ଶାସନର ପରିଚୟ। ସରକାର ସୁଧୁରି ଯାଆନ୍ତୁ। ସମାଲୋଚନାକୁ ଶୁଣିବାର ଧୈର୍ଯ୍ୟ ରଖନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏହାସହ ସେ କବିରଙ୍କ ଏକ ଉକ୍ତି ମଧ୍ୟ ଟ୍ୱିଟ୍ କରିଛନ୍ତି।
ସୁସ୍ଥ ଗଣତନ୍ତ୍ରରେ ଗଣମାଧ୍ୟମର ଏକ ବଡ ଭୁମିକା ଅଛି । ହେଲେ ଯେଉଁଭଳି ଭାବରେ ଆମ ରାଜ୍ୟରେ ସରକାର ଗଣମାଧ୍ୟମ ପ୍ରତି ଅସହିଷ୍ଣୁ ହୋଇପଡୁଛନ୍ତି ତାହା ଆଗରୁ କେବେ ଦେଖାଯାଇନଥିଲା । ସରକାର ଏପରି କାହିଁକି କରୁଛନ୍ତି ? କଣ ସରକାର ଭାବୁଛନ୍ତି କି ସରକାର ସମାଲୋଚନାର ଉର୍ଦ୍ଧ୍ୟରେ ବୋଲି ?
— Pradipta Kumar Naik (@pradiptanaikbjp) October 16, 2020