ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହେବା ପରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ବୟାନକୁ ନେଇ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସ ମହାରଥୀଙ୍କ ଘର ଉପରକୁ ଅଣ୍ଡା, ବିଲାତି ଓ ଛାଡୁ ମାଡ଼ କରିଥିବା ବେଳେ ବିଜେପି ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି। ଏହାସହ ଦୁଇ ଦଳ ମହାରଥୀ ତୁରନ୍ତ ଇସ୍ତଫା ଦିଅନ୍ତୁ ଅଥବା ନବୀନ ପଟ୍ଟନାୟକ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରନ୍ତୁ ବୋଲି ଦାବି କରିଛନ୍ତି।
କେବଳ ବିରୋଧୀ ଦଳ ନୁହେଁ, ବହୁ ସାଧାରଣ ନାଗରିକ ମନ୍ତ୍ରୀଙ୍କ ଏପରି ବୟାନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି।
ଚାରିଆଡୁ ଚାପ ପଡ଼ୁଥିବାରୁ ଶେଷରେ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ମହାରଥୀ। ସେ କହିଛନ୍ତି, “ମୋ ମନ୍ତବ୍ୟ କାହା ମନରେ ଆଘାତ ଦେଇଥିଲେ ମୁଁ ଦୁଃଖିତ। ନିର୍ବାଚନ ମଣ୍ଡଳିର ଭଉଣୀ ପ୍ରତି ମନ୍ତବ୍ୟ ଦେବା ତାଙ୍କ ଅଭିଳାଷ ନଥିଲା।”
ସୂଚନାଯୋଗ୍ୟ, ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଅଭିଯୁକ୍ତ ନିର୍ଦ୍ଦୋଷ ହେବା ପରେ ମହାରଥୀ କହିଥିଲେ “ସତ୍ୟର ଜୟ ହୋଇଛି ଓ ପୀଡ଼ିତା ନ୍ୟାୟ ପାଇଛି।” ଯାହାକୁ ନେଇ ଉଭୟ ମହିଳା କଂଗ୍ରେସ ଓ ବିଜେପି ମହିଳା ମୋର୍ଚ୍ଚା ରାସ୍ତାକୁ ଓହ୍ଲାଇବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି।