ଜାମିନ ଖାରଜ ପରେ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ପ୍ରଦୀପ

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଜାମିନ ଆବେଦନ ଖାରଜ ହେବା ପରେ ପ୍ରଦୀପଙ୍କୁ ଝାଡ଼ପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ପ୍ରଦୀପଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇନଥିଲା।

ଆଜି ଆକାଶ ପାଠକ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିବା ପରେ SDJM କୋର୍ଟରେ ହାଜର କରାଇଥିଲା କ୍ରାଇମ୍‌ବ୍ରାଞ୍ଚ।  ଏହାପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। ପ୍ରଦୀପ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଦର୍ଶାଇଥିଲେ ଓକିଲ।
ପ୍ରଦୀପଙ୍କର ଉପଯୁକ୍ତ ଯତ୍ନ ପାଇଁ କୋର୍ଟଙ୍କୁ ଆବେଦନ କରିଥିଲେ ତାଙ୍କ ଓକିଲ।

 

You might also like